ନୂଆଦିଲ୍ଲୀ,୧୮।୭: ମହାମାରୀ କରୋନା ଉଗ୍ରରୂପ ଧାରଣ କରିଛି। ଦେଶରେ ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୨୫,୬୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଲେଣି। ଏପର୍ଯ୍ୟନ୍ତ ୩୧.୬ ଲକ୍ଷ ଲୋକ ଭାରତରେ କ୍ୱାରାଣ୍ଟାଇନ୍ରେ ଥିବା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଉତ୍ତରପ୍ରଦେଶ (ୟୁପି)ରେ ସର୍ବାଧିକ ଲୋକ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ପ୍ରାୟ ୧୧ ଲକ୍ଷ ଲୋକ ଉତ୍ତରପ୍ରଦେଶରେ କ୍ୱାରାଣ୍ଟାଇନ୍ରେ ରହିଥିବା ବେଳେ ମହାରାଷ୍ଟ୍ରରେ ୭.୨୭, ଗୁଜରାଟରେ ୩.୨୫, ଓଡ଼ିଶାରେ ୨.୪ ଲକ୍ଷ ଅଛନ୍ତି। ଭୂତାଣୁକୁ ପ୍ରତିହତ କରିବା ଲାଗି ଏଭଳି କ୍ୱାରାଣ୍ଟାଇନ୍ରେ ସଂକ୍ରମିତଙ୍କୁ ରଖାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।