ଆମ୍ବୁଲାନ୍ସ ଆବଶ୍ୟକ ବୋଲି ହେଲ୍ପଲାଇନ୍‌ ନମ୍ବରକୁ ଯାଇଥିଲା ୩୧ କଲ୍‌: ୩୧ ଜଣ ଗଲେ କୋଭିଡ ହସ୍ପିଟାଲ

ଛତ୍ରପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଛତ୍ରପୁର ସ୍ଥିତ ଆର୍‌ଟିଓ ଅଫିସରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ମନିଟରିଂ ସେଲ ରହିଛି। ୧୪ ତାରିଖରେ ଏଠାକୁ କରୋନା ଆକ୍ରାନ୍ତଙ୍କ ପାଇଁ ଆମ୍ବୁଲାନ୍ସ ଆବଶ୍ୟକ ବୋଲି ୩୧ଟି କଲ୍‌ ହେଲ୍ପଲାଇନ ନମ୍ବରକୁ ଯାଇଥିଲା। ପରେ ଉକ୍ତ ୩୧ ଜଣଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ କୋଭିଡ ହସ୍ପିଟାଲକୁ ପଠାଯାଇଛି। ବୁଧବାର ଏସମ୍ପର୍କରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜିଲାର କରୋନା ଆକ୍ରାନ୍ତଙ୍କ ପାଇଁ ୧୦୪ଟି ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଏହି ସେବା ଗୁଡିକ ଉପଲବ୍ଧ ନିମନ୍ତେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଦିନରାତି (୨୪X୭) ମନିଟରିଂ ସେଲ ୧୩ ତାରିଖ ଅପରାହ୍ନରେ ଜିଲାପାଳଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା। କେବଳ କୋଭିଡ କାର୍ଯ୍ୟ ସକାଶେ ଫୋନ ନମ୍ବର ୦୬୮୧୧-୨୬୩୭୭୪କୁ ଟେଲିଫୋନ କରି ଜନ ସାଧାରଣ ଏହି ସେବା ପାଉଛନ୍ତି।

Share