ଦିନ ବଢ଼ିବା ସହ ବଢୁଛି ଅସହ୍ୟ ତାତି

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ସକାଳୁ ତାତି ବଢ଼ିବାରେ ଲାଗିଛି। ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଅନୁଭୂତ ହେଉଛି । ଦିନ ବଢ଼ିବା ସହ ତାତି ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଗରମ ଓ ଗୁଳୁଗୁଳି ଯୋଗୁ ଲୋକଙ୍କ ସମସ୍ୟା ବଢିଯାଇଛି। ଆହୁରି ଗରମ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

 

Share