୩୧ ଅନ୍ତେବାସୀ ଦେବେ ଦଶମ, ଦ୍ୱାଦଶ ପରୀକ୍ଷା

ବ୍ରହ୍ମପୁର ଅଫିସ,୨୦ା୨: ବ୍ରହ୍ମପୁର ମଣ୍ଡଳ କାରାଗାରର ଅନେକ ଅନ୍ତେବାସୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତବର୍ଷ ୪୭ ଏବଂ ଚଳିତ ବର୍ଷ ୩୧ ବିଦ୍ୟାର୍ଥୀ ଜାତୀୟ ମୁକ୍ତ ବିଦ୍ୟାଳୟ ଜରିଆରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି ବୋଲି ଅଧୀକ୍ଷକ ଡି.ଏନ୍‌. ବାରିକ ସୂଚନା ଦେଇଛନ୍ତି। ଜେଲର ସତ୍ୟ ନାରାୟଣ ବେହେରା ଏଠାକୁ ଆସିବା ପରେ ବନ୍ଦୀମାନଙ୍କ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇ ସେମାନଙ୍କୁ କିପରି ଠିକ୍‌ ଭାବେ ପାଠ ପଢ଼ାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ପାରିବ, ସେ ନେଇ ଏକ ଖସଡ଼ା ପ୍ରସ୍ତୁତ କରିଥିଲେ। ଚଳିତବର୍ଷ ୩୧ ଅନ୍ତେବାସୀ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ ଦଶମ ଓ ୨୬ ଜଣ ଦ୍ୱାଦଶ ପରୀକ୍ଷା ଦେବେ ବୋଲି ଜେଲର ବେହେରା ସୂଚନା ଦେଇଛନ୍ତି। ସେହିପରି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ) ପକ୍ଷରୁ ହେବାକୁ ଥିବା ପରୀକ୍ଷାରେ ୯ଜଣ ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍‌ନୋ) ପକ୍ଷରୁ ହେବାକୁ ଥିବା ବିଭିନ୍ନ ବିଷୟରେ ୭୨ ଅନ୍ତେବାସୀ ପରୀକ୍ଷା ଦେବେ। ଏ ସମ୍ପର୍କରେ ଜେଲରେ ସ୍ବତନ୍ତ୍ର କେନ୍ଦ୍ର କରାଯାଇଛି। ଡିପ୍ଲୋମା ଇନ୍‌ ଟୁରିଜିମ୍‌, ଡିପ୍ଲୋମା ଇନ୍‌ ଫୁଡ୍‌ ନ୍ୟୁଟ୍ରିସନ, ଡିପ୍ଲୋମା ଇନ୍‌ ହସ୍ପିଟାଲିଟି ମ୍ୟାନେଜ୍‌ମେଣ୍ଟ ସମେତ ଅନ୍ୟାନ୍ୟ ପାଠ୍ୟକ୍ରମରେ ଅନ୍ତେବାସୀମାନେ ପରୀକ୍ଷା ଦେବେ ବୋଲି ଜେଲ୍‌ ପକ୍ଷରୁ ସୂଚନା ମିଳିଛି। ମାର୍ଚ୍ଚରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ସେମାନଙ୍କୁ ପାଠ ପଢ଼ିବା ନିମସ୍ତେ ପୁସ୍ତକ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନେତା ଭାଜପା ମୁହାଁ:ଭାଜପାରେ ମିଶିଲେ ୯ ସରପଞ୍ଚ, ୪ ସମିତିସଭ୍ୟ

ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪/୧୨:ଗତ ଲୋକ ସଭା ନିର୍ବାଚନରେ ଯାଜପୁର ଆସନର ଫଳାଫଳକୁ ଦେଖିଲେ ଭାଜପା ଓ ବିଜେଡି ମଧ୍ୟରେ ହାରଜିତ୍‌ ବ୍ୟବଧାନ ମାତ୍ର ୦.୧୪%...

କଟକରେ ସ୍ଥାପନ ହେଲା ଅଟଳଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି

କଟକ,୨୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବେଲଭ୍ୟୁ ଛକଠାରେ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ...

ପିସିସି ସଭାପତି ଚୟନକୁ ନେଇ ମୋକିମଙ୍କ ବଡ଼ ବୟାନ

ଭୁବନେଶ୍ୱର,୨୪।୧୨: କଂଗ୍ରେସ ପିସିସି ସଭାପତି ଚୟନ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ ସୋମବାର ଏକ ବଡ଼ ବୟାନ...

ବାଂଲାଦେଶରୁ ଆସିଥିବା ଜାହାଜରେ ସନ୍ଦିଗ୍ଧ ପାରା

ପାରାଦୀପ,୨୪।୧୨: ଜଗତସିଂହପୁର ଜିଲା ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ସୋମବାର ଦୁଇଟି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ଏହି ପାରା...

ରାସ୍ତା ନିର୍ମାଣକୁ ନେଇ ଭାଜପା-କଂଗ୍ରେସ ମୁହାଁମୁହିଁ

ତିହିଡି, ୨୪।୧୨(ସଞ୍ଜିତ ବଳ): ତିହିଡି ବ୍ଲକ ଭଟପଡା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମରେ ମଙ୍ଗଳବାର ଏକ ରାସ୍ତା ନିର୍ମାଣକୁ ନେଇ ଭାଜପା ଓ କଂଗେସ କର୍ମୀ...

କାମ କରିବାକୁ ଯାଇଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣା,୨୪।୧୨(ବୀର କିଶୋର ଦାଶ): ଚଣ୍ଡିଖୋଲ ନିକଟସ୍ଥ ମାଙ୍କଡପାଳ ଗ୍ରାମକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିବା ମହିଳାଙ୍କ ରବିବାର ସନ୍ଦେହ ଜନକ ଭାବେ ମୃତ୍ୟୁ...

ଦିନକ ପରେ ବଡଦିନ: ନିରାଶ କରୁଛି ବର୍ଷା 

ଦାରିଙ୍ଗବାଡି,୨୪/୧୨( ଅରୁଣ ସାହୁ)-ବଡଦିନ ପାଇଁ ଚାରିଆଡେ ଉତ୍ସବମୁଖର। ଏହି ସମୟରେ ଦାରିଙ୍ଗବାଡି ବର୍ଷାରେ ଭିଜିଛି। ଲଘୁଚାପଜନିତ ପ୍ରଭାବରେ ସୋମବାର ବିଳମ୍ବିତ ରାତିରେ ବର୍ଷା ହୋଇଥିବା ବେଳେ...

ମାଳଦ୍ୱୀପରେ ଫସିଛନ୍ତି ଖଲ୍ଲିକୋଟର ୧୧ ଶ୍ରମିକ

ଛତ୍ରପୁର,୨୪ା୧୨ (ଦିଲୀପ ସାମଲ):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକର ୧୧ ଜଣ ଦାଦନ ଶ୍ରମିକ ପେଟ ପୋଷିବା ପାଇଁ ସୁଦୂର ମାଳଦ୍ୱୀପକୁ ଯାଇ ସେଠାରେ ଫସିି ରହିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri