ଗାଜା ଯୁଦ୍ଧରେ ୩୧ ଖବରଦାତାଙ୍କ ଜୀବନ ଗଲାଣି…

ଜେରୁଜେଲମ,୩୧।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୯,୦୦୦ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଯୁଦ୍ଧରେ ବହୁ ସଂଖ୍ୟକ ଖବରଦାତା ମଧ୍ୟ ନିହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୭ ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୩୧ ଜଣ ଖବରଦାତାଙ୍କର ମୃତ୍ୟୁ ଘଟିଛି। ଖବରଦାତାମାନଙ୍କୁ ସୁରକ୍ଷା ଦେବା କମିଟି (ସିପିଜେ) ଏହି ପରିସଂଖ୍ୟାନ ପ୍ରକାଶ କରିଛି। ନିହତ ଖବରଦାତାମାନଙ୍କ ମଧ୍ୟରେ ୨୬ ପାଲେଷ୍ଟାଇନର, ୪ ଇସ୍ରାଏଲର ଏବଂ ଜଣେ ଲିବାନନର ଅଛନ୍ତି। ଏହା ବ୍ୟତୀତ ଏହି ଯୁଦ୍ଧରେ ୮ ଜଣ ଖବରଦାତା ଆହତ ହୋଇଛନ୍ତି। ଖବର ଅନୁଯାୟୀ, ୯ ଜଣ ଖବରଦାତା ନିଖୋଜ କିମ୍ବା ଅଟକ ଅଛନ୍ତି।

ଖବର ଅନୁଯାୟୀ ଏହି ଯୁଦ୍ଧରେ ଖବରଦାତା ମାନଙ୍କୁ ନିରନ୍ତର ଆକ୍ରମଣ କରାଯାଉଛି। ଏଥିସହ ଖବରଦାତାମାନଙ୍କୁ ଗିରଫ କରାଯାଇ ଭୟଭୀତ କରାଯାଉଛି। ନିହତ ହୋଇଥିବା ୩୧ ଖବରଦାତାଙ୍କ ମଧ୍ୟରୁ ୨୬ ଜଣଙ୍କର ଗାଜାରେ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ଇସ୍ରାଏଲ ଉପରେ ହମାସ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଖବରଦାତାମାନଙ୍କ ସୁରକ୍ଷା କମିଟି (ସିପିଜେ) ଅନ୍ୟ ଖବରଦାତାଙ୍କ ମୃତ୍ୟୁ, ନିଖୋଜ, ଅଟକ ଏବଂ ଆହତ ହେବାର ଅନେକ ରିପୋର୍ଟର ଅନୁସନ୍ଧାନ କରୁଛି।

 

Share