ପୁରୀ ଅଫିସ,୨୨।୩:ଜଣେ ଦାତା ରବିବାର ଶ୍ରୀମନ୍ଦିରକୁ ୩୧ କେଜି ରୁପା ଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଉପସ୍ଥିତିରେ ଦାତାଜଣକ ଏହି ରୁପା ପ୍ରଦାନ କରିଛନ୍ତି। ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରଭା ନିର୍ମାଣ ପାଇଁ ଏହି ରୁପା ଦାନ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ଦାନ ସମୟରେ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସମେତ ସେବାୟତ ଅନନ୍ତ ତିଆଡ଼ି ଓ ଜଗନ୍ନାଥ କର ପ୍ରମୁଖ ଉପସ୍ଥିତ ଥିଲେ।