କୋରାପୁଟରୁ ୩୧ ନୂଆ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୬୭୩୧କୁ ବୃଦ୍ଧି

କୋରାପୁଟ,୧୪।୧୦(ସ୍ବ.ପ୍ର.): କୋରାପୁଟ ଜିଲାରୁ ବୁଧବାର ଆଉ ୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୩୧କୁ ବୃଦ୍ଧି ପାଇଛି । ଚିହ୍ନଟ ୩୧ ଜଣଙ୍କ ମଧ୍ୟରେ ମହିଳା ୧୭ ଓ ପୁରୁଷ ୧୪ ଜଣ ରହିଛନ୍ତି। ତେବେ କ୍ୱାରାଣ୍ଟାଇନ ସେଣ୍ଟରରୁ ଜଣେ, ପୂର୍ବରୁ ପଜିଟିଭଙ୍କ କଣ୍ଟାକ୍ଟରେ ଆସି ୧୬ ଓ ୧୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

Share