ଝାରସୁଗୁଡ଼ାରେ ମାଡୁଛି କରୋନା: ଗୋଟିଏ ଦିନରେ ୩୧ ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡା ଅଫିସ,୧୧ା୭- ଝାରସୁଗୁଡା ଜିଲାରେ ଶନିବାର ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଦୁଇଜଣ ପୌର କର୍ମଚାରୀ ସାମିଲ। ଏହି ପୌର କର୍ମଚାରୀମାନେ କୋଭିଡ ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିଲେ। ଏନେଇ ଜିଲାପାଳ ସରୋଜ କୁମାର ସାମଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ତେବେ ଏହା ଜିଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ସାଜିଛି। କୋଭିଡ୍‌ ମୁକାବିଲାରେ ସାମିଲ ଥିବା ଅନ୍ୟ ଅଧିକାରୀମାନେ ନିଜ ନିଜ ନମୁନା ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଜିଲାରେ ବର୍ତ୍ତମାନ ସୁଦ୍ଧା ୧୬୫ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୬ ଜଣ ସୁସ୍ଥ ହୋଇସାରିଛନ୍ତି ଏବଂ ୩୯ ଜଣ ଚିକିତ୍ସିତ ହେଉଛନ୍ତି।