ମାଟ୍ରିକ ପରୀକ୍ଷା ଫଳ : ୩୧ଟି ସ୍କୁଲରେ ରେଜଲ୍ଟ ଶୂନ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ବୁଧବାର ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ମାଟ୍ରିକ ପରୀକ୍ଷାଫଳ। ଚଳିତ ବର୍ଷ ପାସ୍‌ ହାର ୭୮.୭୬ % ରହିଛି। ଗତବର୍ଷଠାରୁ ଚଳିତ ବର୍ଷ ଅଧିକ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ଗତବର୍ଷ ତୁଳନାରେ ପାସ୍‌ ହାର ବଢ଼ିବା ସହିତ ଶୂନ ରେଜଲ୍ଟ କରିଥିବା ସ୍କୁଲ ସଂଖ୍ୟା ମଧ୍ୟ କମିଛି। ଏଥର ୩୧ଟି ସ୍କୁଲରେ ଜଣେ ହେଲେ ଛାତ୍ରୀଛାତ୍ର ପାସ୍‌ କରି ନାହାନ୍ତି। ଗତ ବର୍ଷ ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ଥିଲା। ଚଳିତବର୍ଷ ମୋଟ ୫,୩୪,୮୪୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେହିପରି ଛାତ୍ରୀମାନଙ୍କ ପାସ୍‌ ହାର ଛାତ୍ରମାନଙ୍କ ଅପେକ୍ଷା ଅଧିକ ରହିଛି। ୨୧୫୩୬୭ ଛାତ୍ରୀ ପାସ୍‌ କରିଥିବା ବେଳେ ୧୯୨୫୦୧ ଛାତ୍ର ପାସ୍‌ କରିଛନ୍ତି।

Share