Categories: ଫୁରସତ

ଜନ୍ମଦିନ ପାଳିଲା ୩୧ ବର୍ଷୀୟ ବୋବି

ଲିସ୍‌ବର୍ନ: ବିଶ୍ୱର ସବୁଠୁ ବୟସ୍କ କୁକୁର ବୋବି। ଏ ନେଇ ବୋବି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ମଧ୍ୟ କରିଛି। ଗୁରୁବାର ବୋବିକୁ ୩୧ ବର୍ଷ ବୟସ ହୋଇଛି। ନିକଟରେ ବୋବିର ଜନ୍ମଦିନକୁ ତା’ ମାଲିକ ବେଶ୍‌ ବଡ଼ ଆକାରରେ ପାଳନ କରିଛନ୍ତି। ପରବ୍ରେଡ୍‌ ରାଫେଇରୋ ଡୋ ଆଲେଣ୍ଟେଜୋ ପ୍ରଜାତିର ବୋବି ୧୯୯୨ ମେ ୧୧ରେ ଜନ୍ମ ହୋଇଥିବା ତା’ ମାଲିକ କହିଛନ୍ତି। ପର୍ତ୍ତୁଗାଲର ଲେଓନେଲ କୋଷ୍ଟା ବୋବିକୁ ପିଲାଟି ଦିନରୁ ପାଳିଥିବା କହିଛନ୍ତି। ତେବେ ବୋବି ଜନ୍ମଦିନ ପାଇଁ କରାଯାଇଥିବା କାର୍ଯ୍ୟକ୍ରମରେ ପାଖାପାଖି ୧୦୦ ଜଣ ସାମିଲ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ବିଦେଶରୁ ମଧ୍ୟ ଅନେକ ଅତିଥି ଆସିଥିବା ଲେଓନେଲ କହିଛନ୍ତି। ବୋବିର ମା’ ଗିରା ମଧ୍ୟ ଲେଓନେଲଙ୍କ ପାଖରେ ରହୁଥିଲା। କିନ୍ତୁ ୧୮ ବର୍ଷ ବୟସରେ ଗିରାର ମୃତ୍ୟୁ ଘଟିଥିଲା।

Share