୧୩ ବର୍ଷ ନାବାଳକଙ୍କ ଦ୍ୱାରା ଗର୍ଭବତୀ ହେଲେ ୩୧ ବର୍ଷ ବୟସ୍କା ମହିଳା…

ଓ୍ବାଶିଂଟନ,୫।୩ : ଆମେରିକାର କଲୋରାଡୋ ରାଜ୍ୟର ଜଣେ ମହିଳା ସ୍ବୀକାର କରିଛନ୍ତି ଯେ ତାଙ୍କର ୧୩ ବର୍ଷ ବୟସ୍କ ନାବାଳକଙ୍କ ସହିତ ଶାରୀରିକ ସମ୍ପର୍କ ଅଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନାବାଳକଙ୍କ ସହିତ ଶାରୀରିକ ସମ୍ପର୍କ ଥିବାରୁ ମହିଳାଙ୍କୁ ଯୌନ ଅପରାଧୀ ଭାବେ ଘୋଷିତ କରାଯାଇଛି। ଯଦିଓ ମହିଳାଙ୍କୁ ଜେଲ ଯିବାକୁ ପଡିବ ନାହିଁ । ଏହାକୁ ନେଇ ପୀଡିତ ନାବାଳକଙ୍କ ମା’ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କଲୋରାଡୋର ଫାଉଣ୍ଟେନ ଅଞ୍ଚଳର ପୋଲିସ ନାବାଳକଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ସମ୍ପୃକ୍ତ ୩୧ ବର୍ଷ ବୟସ୍କା ମହିଳା ଆଣ୍ଡ୍ର୍ରେୟା ସେରାନୋଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

୨୦୨୨ ମସିହାରେ, ଆଣ୍ଡ୍ରେୟାଙ୍କୁ ଗିରଫ କରାଯାଇଥିଲା। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ମହିଳାଙ୍କ ଓକିଲ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି, ଯେଉଁଥିରେ ମହିଳା ଜଣକ ଯୌନ ଅପରାଧୀ ଭାବରେ ବିବେଚିତ ହେବେ କିନ୍ତୁ ମହିଳା ଏହି ଅପରାଧ ପାଇଁ ଜେଲରେ ରହିବେ ନାହିଁ। ଆଣ୍ଡ୍ରିଆ ସେରାନୋ ମଧ୍ୟ ଏହି ଚୁକ୍ତି ଗ୍ରହଣ କରିଛନ୍ତି। ଏଭଳି ପରିସ୍ଥିତିରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯିବ ନାହିଁ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖନୀୟ ଯେ, ଆଣ୍ଡ୍ରେୟାଙ୍କୁ ଗିରଫ କରାଯିବା ସମୟରେ ସେ ନାବାଳକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଯୋଗୁ ଗର୍ଭବତୀ ହୋଇଥିଲେ ଏବଂ ପରେ ଏକ ସନ୍ତାନ ଜନ୍ମ ଦେଇଥିଲେ।

ପୀଡିତ ନାବାଳକଙ୍କ ମା‘ କହିଛନ୍ତି ଯେ ମୋତେ ଲାଗୁଛି ଯେ ମୋ ପୁଅର ପିଲାଦିନ ଚୋରି ହୋଇଛି। ବର୍ତ୍ତମାନ ସେ ଜଣେ ପିତା। ସେ ଜଣେ ପୀଡ଼ିତ ଏବଂ ବର୍ତ୍ତମାନ ତାକୁ ସାରା ଜୀବନ ଏହି ଖରାପ ଅନୁଭୁତି ସହିତ ରହିବାକୁ ପଡ଼ିବ। ଯଦି ଏହି ଘଟଣାରେ ପୀଡିତ ଜଣେ ଝିଅ ଏବଂ ଅଭିଯୁକ୍ତ ଜଣକ ପୁଅ ହୋଇଥାନ୍ତେ ତେବେ ନିଶ୍ଚିତ ଭାବରେ ଦଣ୍ଡ ଭିନ୍ନ ହୋଇଥାନ୍ତା। ଅଭିଯୁକ୍ତ ଜଣେ ମହିଳା ହୋଇଥିବାରୁ ତାଙ୍କୁ ସହାନୁଭୂତି ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri