CORONAVIRUS UPDATE: ରାଜ୍ୟରେ ୩୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୪୯୯ ଚିହ୍ନଟ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଶୁକବ୍ରାର ଆଉ ୧୪୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କ୍ୱାରାଣ୍ଟାଇନ୍‌ରୁ ୯୧୪ ଜଣ ଚିହ୍ନଟ ହୋଇଥିବା ବେଳେ ୫୮୫ ଜଣ ସ୍ଥାନୀୟ ସଂକ୍ରମିତ।
ଗଞ୍ଜାମରୁ ସର୍ବାଧିକ ୩୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୪ ଏବଂ ଗଜପତିରୁ ୯୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୨୫, ବାଲେଶ୍ୱର ୩୭, ବରଗଡ଼ ୧୦, ଭଦ୍ରକ ୧, ବଲାଙ୍ଗୀର ୧୯, କଟକ ୨୮, ଦେବଗଡ଼ ୨, ଜଗତସିଂହପୁର ୧୫, ଯାଜପୁର ୧୯, ଝାରସୁଗୁଡ଼ା ୭, କଳାହାଣ୍ଡି ୪୪, କନ୍ଧମାଳ ୫୦, କେନ୍ଦ୍ରାପଡ଼ା ୧୪, କେନ୍ଦୁଝର ୧୬, ନବରଙ୍ଗପୁର ୩୩, ନୟାଗଡ଼ ୬୭, ନୂଆପଡ଼ା ୯, ପୁରୀ ୩୬, ରାୟଗଡ଼ା ୪୦, ସମ୍ବଲପୁର ୫୬, ସୋନପୁର ୫ ଏବଂ ସୁନ୍ଦରଗଡ଼ରୁ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚିଥିବା ବେଳେ ୧୯,୭୪୫ ସୁସ୍ଥ ହୋଇଛନ୍ତି। ୧୧,୯୧୮ ଚିକିତ୍ସିତ ହେଉଛନ୍ତି।

Share