Categories: ଜାତୀୟ

ଦେଶରେ ୩୧୨ ଜେଏନ୍‌.୧ ସଂକ୍ରମିତ

ନୂଆଦିଲ୍ଲୀ,୩।୧(ପି.ଟି.): ଦେଶରେ ମୋଟ ୩୧୨ ଜଣ କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ରେ ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ସେଥିରୁ ୪୭ ପ୍ରତିଶତ କେରଳରୁ ବୋଲି ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଜଣାପଡ଼ିଛି। କେରଳରେ ୧୪୭ ଜଣ ଜେଏନ୍‌.୧ରେ ଆକ୍ରାନ୍ତ ହୋଇଥିବାବେଳେ ଗୋଆ ୫୧, ଗୁଜରାଟ ୩୪, ମହାରାଷ୍ଟ୍ର ୨୬, ତାମିଲନାଡୁ ୨୨, ଦିଲ୍ଲୀ ୧୬, କର୍ନାଟକ ୮, ରାଜସ୍ଥାନ ୫, ତେଲଙ୍ଗାନା ୨ ଏବଂ ଓଡ଼ିଶାରେ ଜଣେ ସଂକ୍ରମିତ ହୋଇଛନ୍ତି।
ଦେଶରେ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଥିବାରୁ ହସ୍ପିଟାଲଗୁଡ଼ିକରେ ମହାମାରୀ ପ୍ରସ୍ତୁତି ଏବଂ ସର୍ଭିଲାନ୍ସ ଉପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁରୁତ୍ୱ ଦେଇଛନ୍ତି। ରୋଗରୁ ଲୋକଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସେମାନଙ୍କ ପାଖରେ ପହଞ୍ଚତ୍ବା ଜରୁରୀ ବୋଲି ମାଣ୍ଡବ୍ୟ ଏନ୍‌ସିଡିସି ଶାଖାର ଶିଳାନ୍ୟାସ ଅବସରରେ କହିଛନ୍ତି। ଏନ୍‌ସିଡିସିର ଆଞ୍ଚଳିକ ଶାଖା ଆସାମରେ ଖୋଲିବାକୁ ଥିବାବେଳେ ୬ଟି ରାଜ୍ୟ ଶାଖା ଓଡ଼ିଶା, ହରିୟାଣା, ତାମିଲନାଡୁ, କର୍ନାଟକ, ପଶ୍ଚିମବଙ୍ଗ ଏବଂ ମିଜୋରାମରେ ପ୍ରତିଷ୍ଠା କରାଯିବ। ସେହିପରି ହିମାଚଳପ୍ରଦେଶ ଓ ଝାଡ଼ଖଣ୍ଡରେ ବିଏସ୍‌ଏଲ୍‌-୩ ଲାବ୍‌ ନିର୍ମାଣ ହେବ। ଏହି ଏନ୍‌ସିଡିସି ଶାଖାଗୁଡ଼ିକ ଦେଶର ମହାମାରୀ ପ୍ରସ୍ତୁତି ଏବଂ ସର୍ଭିଲାନ୍ସ ସାମର୍ଥ୍ୟ ବଢ଼ାଇବ ବୋଲି ମାଣ୍ଡବ୍ୟ କହିଛନ୍ତି।

Share