କରୋନା ଲାଗି ୩,୧୩୬ ଏମ୍‌ଏସ୍‌ଏମ୍‌ଇ ବନ୍ଦ

ଭୁବନେଶ୍ୱର,୫।୧୦(ବ୍ୟୁରୋ): କରୋନା ସମୟରେ ଗତ ମାର୍ଚ୍ଚ ଠାରୁ ଏବେସୁଦ୍ଧା ପ୍ରାୟ ୩,୧୩୬ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବନ୍ଦ ଥିବା ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ କେତେ କର୍ମଚାରୀ ଏବଂ ଶ୍ରମିକ ନିଯୁକ୍ତି ହରାଇଛନ୍ତି ଏବଂ କେତେ କ୍ଷୟକ୍ଷତି ହୋଇଛି ତାହାର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଉପଲବ୍ଧ ନ ଥିବା ମନ୍ତ୍ରୀ କହିଛନ୍ତି। ବ୍ୟବସାୟରେ କ୍ଷତି ସହି ସାମୟିକଭାବେ ବନ୍ଦ ଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ସେପ୍ଟେମ୍ବର ୨୫ତାରିଖ ସୁଦ୍ଧା କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ୧,୬୧,୦୦୦ଟି ଏମ୍‌ଏସ୍‌ଏମ୍‌ଇକୁ ୨୮୦୦କୋଟି ଟଙ୍କାର ଋଣ ମଞ୍ଜୁର ଦିଆଯାଇଛି। ଏହାଦ୍ୱାରା ସେମାନେ ବ୍ୟବସାୟର ପୁନଃଆରମ୍ଭ କରିପାରିବେ ବୋଲି ମନ୍ତ୍ରୀ ମିଶ୍ର ବିଧାୟକ ନବଚରଣ ମାଝିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି।

Share