ରାଜ୍ୟରେ ୩୧୪୪ କରୋନା ପଜିଟିଭ୍‌ ଚିହ୍ନଟ: ସର୍ବାଧିକ ସୁନ୍ଦରଗଡ଼, ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫ୍‌ ଉପରମୁହାଁ ହେବାରେ ଲାଗିଛି। ଶନିବାର ରାଜ୍ୟରେ ୩୧୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୪,୫୯୪ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୨୩ କ୍ୱାରାଣ୍ଟାଇନ୍‌ରୁ ଓ ୧୩୨୧ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୩୦ଟି ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ସୁନ୍ଦରଗଡ଼ରୁ ୫୨୩ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୪୯୭ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୪୯, ବାଲେଶ୍ୱର ୨୮, ବରଗଡ଼ ୧୫୬, ଭଦ୍ରକ ୫୧, ବଲାଙ୍ଗୀର ୯୨, ବୌଦ୍ଧ ୭, କଟକ ୧୪୦, ଦେବଗଡ଼ ୨୧, ଢ଼େଙ୍କାନାଳ ୧, ଗଜପତି ୬୭, ଗଞ୍ଜାମ ୪୪, ଜଗତସିଂହପୁର ୧୮, ଯାଜପୁର ୭୬, ଝାରସୁଗୁଡ଼ା ୧୧୯, କଳାହାଣ୍ଡି ୫୩, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୧୫, କେନ୍ଦୁଝର ୧୨୮, କୋରାପୁଟ ୧୮, ମାଲକାନଗିରି ୪, ମୟୁରଭଞ୍ଜ ୬୮, ନବରଙ୍ଗପୁର ୯୬, ନୟାଗଡ଼ ୨୯, ନୂଆପଡ଼ା ୩୯୫, ପୁରୀ ୧୨୯, ରାୟଗଡ଼ା ୪୪, ସମ୍ବଲପୁର ୧୪୯, ସୋନପୁର ୪ ଏବଂ ଷ୍ଟେଟ ପୁଲରୁ ୧୧୦ଜଣ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୪,୫୯୪ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ୩,୪୩,୫୨୨ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧,୯୦୭୭ଜଣ କରୋନା ଆକ୍ରାନ୍ତ ଏବେ ବି ଚିକିତ୍ସାଧିନ ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share