ଆଜି ରାଜ୍ୟରୁ ୩୧୫ କରୋନା ପଜିଟିଭ୍‌ ଚିହ୍ନଟ, ଆଖି ବୁଜିଲେ ୨ ଆକ୍ରାନ୍ତ

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ଗୁରୁବାର ରାଜ୍ୟରେ ୩୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୬୨୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୮୧ଜଣ ଚିହ୍ନଟ ହୋଇଥିବା ବେଳେ ୧୩୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି କଟକରୁ ସର୍ବାଧିକ ୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର ୪୦, ନୂଆପଡ଼ା ଏବଂ ସମ୍ବଲପୁରରୁ ୨୬ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୧୫, ବରଗଡ଼ ୧୪, ଭଦ୍ରକ ୧, ଦେବଗଡ଼ ୨, ଗଞ୍ଜାମ ୩, ଜଗତସିଂହପୁର ୫, ଯାଜପୁର ୧୫, ଝାରସୁଗୁଡ଼ା ୭, କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୭, କୋରାପୁଟ ୩, ମାଲକାନଗିରି ୨, ମୟୂରଭଞ୍ଜ ୧୭, ନବରଙ୍ଗପୁର ୩, ନୟାଗଡ଼ ୪,ପୁରୀ ୧, ରାୟଗଡ଼ା ୧,ସୋନପୁର ୨ ଏବଂ ସୁନ୍ଦରଗଡ଼ରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୬।

ସେହିପରି ଆଜି ରାଜ୍ୟରେ ୨ ଜଣଙ୍କ ଜୀବନ ନେଇଛି କରୋନା। ପୁରୀ ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୬୨୧ରେ ପହଞ୍ଚିଥିବା ବେଳେ ୩,୨୫,୧୦୩ଜଣ ସୁସ୍ଥ ହୋଇଛନ୍ତି। ୨୫୯୩ ଜଣ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୧୮୭୩କୁ ବୃଦ୍ଧି ପାଇଛି।

Share