ସମୁଦ୍ରରୁ ବାହାରିବ ୩୧୫ବର୍ଷର ଜାହାଜ, ଭରି ରହିଛି ମୂଲ୍ୟବାଦ ଧାତୁ

ବୋଗଟା, ୮।୧୧: ସମୁଦ୍ରରେ ବୁଡିଯାଇଥିବା ୩୧୫ବର୍ଷର ଜାହାଜ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। କଲମ୍ବିଆ ସରକାର କ୍ୟାରିବିୟାନ ସମୁଦ୍ରରେ ବଡିଯାଇଥିବା ‘ସ୍ୟାନ ଜୋସେ’ ଜାହାଜକୁ ବାହାର କରିବେ ।
ଜାହାଜରେ ସୁନା, ରୁପା ସମେତ ବିଭିନ୍ନ ମୂଲ୍ୟବାନ ଧାତୁ ଭରି ରହିଛି ବୋଲି ଜଣାପଡିଛି। ଏହାର ଓଜନ ୨୦୦ ଟନ ହେବ । ବଜାର ମୂଲ୍ୟ ଅନୁସାରେ ଏହା ୨ ହଜାର କୋଟି ଡଲାର ବା ୧.୬୬ ଲକ୍ଷ କୋଟି ଟଙ୍କାର ହେବ । ୧୭୦୮ରେ ଏହି ଜାହାଜ କିଙ୍ଗ ଫିଲିପ ୫ଙ୍କ ଥିଲା । ଯୁଦ୍ଧ ବେଳେ ବ୍ରିଟିଶ ନୌସେନାର ଆକ୍ରମଣରେ ଏହି ଜାହାଜ ବୁଡିଯାଇଥିଲା । ସ୍ପେନରେ ଏହି ଜାହାଜରେ ସେତେବେଳେ ୬୦୦ ଲୋକ ଥିଲେ । ମାତ୍ର ୧୧ଲୋକଙ୍କୁ ଛାଡି ଅନ୍ୟ ସମସ୍ତେ ପ୍ରାଣ ହରାଇଥିଲେ ।

୨୦୧୫ରେ କଲମ୍ବିଆ ନୌସେନା ବୁଡାଳିଙ୍କୁ ଏହି ଜାହାଜର ଭଗ୍ନାବଶେଷ ୩୧ ହଜାର ଫୁଟ ତଳେ ମିଳିଥିଲା । ବର୍ତ୍ତମାନ ଏହି ଜାହାଜ ଉପରେ ୪ଟି ଦେଶ ସ୍ପେନ, କଲମ୍ବିଆ ଏବଂ ବଲିଭିଆର କହାରା ମାଲିକାନା ଜାହିର କରିଛନ୍ତି ।

Share