Advertisement

କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୩୧୬ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ୩୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୧,୭୭୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୮୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୦ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୫୧ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୨ ଏବଂ ମୟୂରଭଞ୍ଜରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୩, ଭଦ୍ରକ ୧, ବଲାଙ୍ଗୀର ୧୦, ଢେଙ୍କାନାଳ ୪, ଗଜପତି ୧, ଗଞ୍ଜାମ ୪, ଜଗତସିଂହପୁର ୪, ଯାଜପୁର ୯, ଝାରସୁଗୁଡ଼ା ୨, କଳାହାଣ୍ଡି ୧, କନ୍ଧମାଳ ୧, କେନ୍ଦ୍ରାପଡ଼ା ୮, ମାଲକାନଗିରି ୧, ନୟାଗଡ଼ ୩, ପୁରୀ ୨, ରାୟଗଡ଼ା ୧, ସମ୍ବଲପୁରର ୭, ସୋନପୁରରୁ ୧ ଏବଂ ସୁନ୍ଦରଗଡ଼ରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୩୫।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୪୧,୭୭୩ରେ ପହଞ୍ଚିଥିବା ବେଳେ ୧୦,୨୯,୧୪୭ଜଣ ସୁସ୍ଥ ହୋଇଛନ୍ତି। ୪୨୩୭ ଜଣ ଚିକିିତ୍ସିତ ହେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share