ମୋରବି,୨୨।୧୧ : ମୋରବି ଝୁଲା ପୋଲ ଦୁର୍ଘଟଣାର କେମିକାଲ ଆନାଲିଷ୍ଟସ୍ (ଏଫଏସଏଲ) ରିପୋର୍ଟରେ ଓରେଭା ଏବଂ ମ୍ୟୁନିସିପାଲିଟି କର୍ପୋରେଶନ ଦ୍ୱାରା ଦୁର୍ନୀତି ଏବଂ ଅପରାଧିକ ଅବହେଳା ହୋଇଥିବାର ପ୍ରକାଶ ପାଇଛି। ଓରେଭା ଗ୍ରୁପ, ସହିତ ପୋଲ ରକ୍ଷଣାବେକ୍ଷଣ କାର୍ଯ୍ୟ ଏବଂ ସୁରକ୍ଷା ପାଇଁ ଚୁକ୍ତି ହୋଇଥିଲା। ଅକ୍ଟୋବର ୩୦ରେ, ଯେଉଁ ଦିନ ପୋଲ ଭୁଶୁଡି ପଡିଥିଲା, ସେହି ଦିନ ୩,୧୬୫ ଟିକଟ ବିକ୍ରି ହୋଇଥିଲା। ପୋଲର ଭାର ଧାରଣ କ୍ଷମତାକୁ କେବେ ବି ମୂଲ୍ୟାଙ୍କନ କରାଯାଇ ନ ଥିଲା।
ରିପୋର୍ଟ ଅନୁଯାୟୀ, ଓରେଭା ଦ୍ୱାରା ନିୟୋଜିତ ସୁରକ୍ଷାକର୍ମୀ ଏବଂ ଟିକେଟ ସଂଗ୍ରହକାରୀମାନେ ଦୈନିକ ମଜୁରୀ ଶ୍ରମିକ ଥିଲେ। ସୁରକ୍ଷା ପ୍ରୋଟୋକଲ ଏବଂ ପୋଲରେ କେତେ ଲୋକଙ୍କୁ ଅନୁମତି ଦିଆଯିବା ବିଷୟରେ ସୁରକ୍ଷାକର୍ମୀଙ୍କୁ କେବେ ସୂଚନା ଦିଆଯାଇ ନ ଥିଲା। କେବୁଲଗୁଡ଼ିକ କଳଙ୍କି ଲାଗିଯାଇଥିଲା। ଆଙ୍ଗେଲ ଗୁଡ଼ିକ ଭାଙ୍ଗିଯାଇଥିଲା ଏବଂ କେବୁଲଗୁଡ଼ିକୁ ଆଙ୍କର୍ ସହିତ ସଂଯୋଗ କରୁଥିବା ବୋଲ୍ଟଗୁଡ଼ିକ ହୁଗୁଳା ହୋଇ ଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।