ଆଜି ରାଜଧାନୀରୁ ୩୧୭ ପଜିଟିଭ୍‌ ଚିହ୍ନଟ, ୩୧୨ ସୁସ୍ଥ

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ରବିବାର ରାଜଧାନୀରୁ ୩୧୭ ପଜିଟିଭ୍‌ ଚିହ୍ନଟ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୫୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ସେହିପରି ଆଜି ୩୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ବିଏମ୍‌ସିରୁ ମୋଟ୍‌ ୨୦୮୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭,୧୭୬ ଜଣ ସୁସ୍ଥ ହୋଇଛନ୍ତି। ୩୫୭୬ ଜଣ ଚିକିତ୍ସିତ ହେଉଛନ୍ତି। ୮୬ ଜଣଙ୍କ ମୃତ୍ୟୁ ଘଟିଛି।

Share