ଅହମଦାବାଦ,୪।୧୦ : ଗୁଜୁରାଟର ସୁରଟ ପୋଲିସକୁ ମଙ୍ଗଳବାର ଏକ ବଡ଼ ସଫଳତା ମିଳିଛି। ୬୭ କୋଟି ପୁରୁଣା ନୋଟ ଏବଂ ୩୧୭ କୋଟି ଟଙ୍କାର ନୂଆ ନକଲି ନୋଟ ଜବତ ହୋଇଛି। ଏହି ମାମଲାରେ ଜଡ଼ିତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
୬୭ କୋଟି ହେଉଛି ବିମୁଦ୍ରୀକରଣ ପୂର୍ବରୁ ନୋଟ। କଳା ଟଙ୍କାକୁ ଧଳାରେ ପରିଣତ କରିବା ପାଇଁ ଅଭିଯୁକ୍ତମାନେ ଟ୍ରଷ୍ଟ, କମ୍ପାନୀ ଏବଂ କମିଶନ ନାମରେ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି। ନକଲି ନୋଟ ଛାପୁଥିବା ପ୍ରିଣ୍ଟରକୁ ଧରିବା ପାଇଁ ପୋଲିସ ପକ୍ଷରୁ ୨ଟି ଅତିରିକ୍ତ ଟିମ ଗଠନ କରାଯାଇଛି ବୋଲି ଏସପି ଏଚଏଚ ଜୟସାର ସୂଚନା ପ୍ରଦାନ କରିଛନ୍ତି।