ଡେରାଡୁନ,୫।୧୦: ଉତ୍ତରାଖଣ୍ଡର କୋଟଦ୍ୱାର ଜିଲାରେ ମର୍ମନ୍ତୁଦ ଦୁର୍ଘଟଣା। ମଙ୍ଗଳବାର ରାତିରେ ଏକ ଯାତ୍ରୀବାହୀ ବସ୍ ୫୦୦ ମିଟର ଗଭୀର ଘାଟରେ ଖସିପଡିଛି। ଏଥିରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ଖବରପାଇ ଏସ୍ଡିଆର୍ଏଫ୍ ଏବଂ ଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ବସ୍ଟି ହରିଦ୍ୱାର ଜିଲାର ଲାଲଧଙ୍ଗରୁ ପୌରୀ ଜିଲାର ବିରଖଲ ବ୍ଲକକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି। ବସ୍ରେ ୫୫ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି।