Categories: ଜାତୀୟ

ଏଏପିର ୩୨ ବିଧାୟକ ଆମ ଯୋଗାଯୋଗରେ: କଂଗ୍ରେସ…

ଚଣ୍ଡିଗଡ଼,୨୬।୯ : ଭାଜପା ବିରୋଧରେ ଗଠିତ ୨୬ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଗଢ଼ିଛନ୍ତି। ମାତ୍ର ମେଣ୍ଟର ସହଯୋଗୀଙ୍କ ମଧ୍ୟରେ ବାରମ୍ବାର ମତଭେଦ ହେବାରେ ଲାଗିଛି।

ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ପ୍ରତାପ ସିଂ ବାଜୱା ମଙ୍ଗଳବାର ଦାବି କରିଛନ୍ତି ୩୨ ଜଣ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଆମ ଯୋଗାଯୋଗରେ ଅଛନ୍ତି। ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଦଳକୁ ଭୋଟ ନ ଦେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ପଞ୍ଜାବରେ କଂଗ୍ରେସର ୧୮ ବିଧାୟକ ଅଛନ୍ତି। ଏଏପି ବିଧାୟକଙ୍କ ସମର୍ଥନରେ ତାଙ୍କ ଦଳ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସରକାରଙ୍କୁ କ୍ଷମତାଚ୍ୟୁତ କରିପାରିବ।

ମୁଖ୍ୟମନ୍ତ୍ରୀ ମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ ସହିତ ବାଜୱାଙ୍କ ଦାବି ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବାଜୱାଙ୍କୁ ଭାଜପା ସହ ଜଡିତ ନେତା କହିବା ସହ ତାଙ୍କୁ କଂଗ୍ରେସ ହାଇ କମାଣ୍ଡ ସହ କଥା ହେବାକୁ ପରାମର୍ଶ ଦେଇଛନ୍ତି। ଆପଣ ପଞ୍ଜାବର ନିର୍ବାଚିତ ସରକାର ଭାଙ୍ଗିବା କଥା କହୁଛନ୍ତି।

ମୁଁ ଜାଣେ ମୁଖ୍ୟମନ୍ତ୍ରୀ ହେବା ପାଇଁ କଂଗ୍ରେସ ଆପଣଙ୍କର ଇଚ୍ଛାରେ ବାଧା ସୃଷ୍ଟି କରିଛି। ମୁଁ ପଞ୍ଜାବର ୩ କୋଟି ଲୋକଙ୍କ ପ୍ରତିନିଧୀ, ଚେୟାରର ତ୍ରିଶୁଳ ନୁହେଁ। ଯଦି ଆପଣଙ୍କର ସାହସ ଅଛି ତେବେ ନିଜ ହାଇ କମାଣ୍ଡ ସହିତ କଥା ହୁଅନ୍ତୁ ।

 

Share