ଭୁବନେଶ୍ୱର,୧୫ା୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଶନିବାର ରାଜ୍ୟରୁ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ (ଆଇଏଲଏସ) ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। ଆଜି ରାଜ୍ୟରୁ ୧୦,୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩,୦୮୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧,୦୨୧ ଜଣ ଶିଶୁ ବି ଅଛନ୍ତି। ମୃତ୍ୟୁସଂଖ୍ୟା ୮,୪୭୮କୁ ବୃଦ୍ଧି ପାଇଲାଣି।