ଏହି ରାଜ୍ୟରେ ୩୨୦ କୋଭାକ୍ସିନ୍‌ ଡୋଜ୍‌ ଚୋରି…

ଜୟପୁର,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ ପ୍ରଥମ କରୋନା ଟିକା ଚୋରି ଘଟଣା ଘଟିଛି। ରାଜସ୍ଥାନର ଜୟପୁରରେ ଏକ ସରକାରୀ ହସ୍ପିଟାଲରୁ ୩୨୦ କୋଭାକ୍ସିନ୍‌ ଡୋଜ୍‌ ଚୋରି ହୋଇଛି। ଏନେଇ ଏକ ଚୋରି ମାମଲା ରୁଜୁ କରାଯାଇଛି। ଡୋଜ୍‌ ଚୋରି ସମୟରେ ହସ୍ପିଟାଲର ସିସିଟିଭି କ୍ୟାମେରା କାମ କରୁ ନ ଥିବା ଜଣାପଡ଼ିଛି। ତେଣୁ ଏଥିରେ ହସ୍ପିଟାଲର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Share