ନୂଆଦିଲ୍ଲୀ,୨।୧: କ୍ରମାଗତ ଭାବେ ଘରୋଇ ବଜାରରେ ଡୋମେଷ୍ଟିକ୍ ପାସେଞ୍ଜର ଭେଇକିଲ(ଡିପିଭି)ର ଖୁଚୁରା ବିକ୍ରି ପରିମାଣ ବୃଦ୍ଧି ପାଉଛି। ଏପରିକି ୨୦୨୪ ଡିସେମ୍ବର ମାସରେ ଡିପିଭିର ଖୁଚୁରା ବିକ୍ରି ବାର୍ଷିକ ଭିତ୍ତିରେ ପ୍ରାୟ ୧୧% ବୃଦ୍ଧି ପାଇ ୩,୨୦,୦୦୦ ୟୁନିଟ୍ରେ ପହଞ୍ଚତ୍ଛି। ଅପରପକ୍ଷରେ ଭାରତୀୟ ଅଟୋମୋବାଇଲ ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହା ଏକ ଭଲ ଅଭିବୃଦ୍ଧି ହୋଇଥିଲାବେଳେ ଏସ୍ୟୁଭି ଓ ସିଏନ୍ଜି କାରଗୁଡ଼ିକର ବିକ୍ରି ପରିମାଣ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ହୋଇଛି।
ସେହିଭଳି ୨୦୨୪ରେ ମୋଟ ଘରୋଇ ଯାତ୍ରୀବାହୀ ଯାନର ଖୁଚୁରା ବିକ୍ରି ୪.୩ ମିଲିୟନ ୟୁନିଟ୍ ହୋଇଥିଲାବେଳେ ବାର୍ଷିକ ଭିତ୍ତିରେ ଏହାର ପରିମାଣ ୪.୭% ବୃଦ୍ଧି ଘଟିଛି ବୋଲି ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ୍ସ ମାନ୍ୟୁଫାକଚର୍ସ (ଏସ୍ଆଇଏଏମ୍) ପକ୍ଷରୁ ସୂଚନା ଦିଆଯାଇଛି।