ଗାଜାରେ ୬ହଜାରରୁ ଅଧିକ ରକେଟ ମାଡ କଲା ଇସ୍ରାଏଲ, ୧୫୦୦ ହମାସ ଆତଙ୍କବାଦୀ ନିହତ

ଗାଜା,୧୩।୧୦: ଇସ୍ରାଏଲ ଓ ଆତଙ୍କବାଦୀ ହମାସ୍‌ ମଧ୍ୟରେ ଆଜିକୁ ୭ଦିନ ଧରି ଯୁଦ୍ଧ ଜାରି ରହିଛି। ନର ପିଶାଚ ସାଜିଥିବା ହମାସ୍‌ ଗୋଟିକ ପରେ ଗୋଟିଏ ବନ୍ଧକ ଇସ୍ରାଏଲୀଙ୍କୁ ହତ୍ୟା କରିବାରେ ଲାଗିଛି। ହମାସ ସହ ଚାଲିଥିବା ଯୁଦ୍ଧରେ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ସମେତ ୩୨୦୦ରୁ ଅଧିକ ଇସ୍ରାଏଲୀ ଆହତ ହୋଇଥିବାବେଳେ ୧୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।


ତେବେ ରକେଟ ମାଡରେ ହମାସ୍‌ଙ୍କ ଆଡ୍ଡାରେ ୧୫୦୦ ହମାସ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ଶୁକ୍ରବାର ଏହି ସୂଚନା ଦେଇଛି।ଆଇଡିଏଫ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛି, ଗାଜା ଷ୍ଟ୍ରିପରେ ଏପର୍ଯ୍ୟନ୍ତ ୬ହଜାରରୁ ଅଧିକ ରକେଟ ମାଡ ହୋଇଛି। ଏଥିରେ ୨୬୮୭ ହମାସ ଶିବିରକୁ ଧ୍ୱସଂ କରାଯାଇଛି।

Share