ଆଜି ରାଜ୍ୟରୁ ୩୨୨୨ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ଭୁବନେଶ୍ୱର,୨ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୩୨୨୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୬,୧୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୮୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୮୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି କଟକରୁ ସର୍ବାଧିକ ୬୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨ ଏବଂ ଜଗତସିଂହପୁରରୁ ୨୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୯୧, ବାଲେଶ୍ୱର ୨୦୮, ବରଗଡ଼ ୨୪, ଭଦ୍ରକ ୨୪, ବଲାଙ୍ଗୀର ୨୨, ବୌଦ୍ଧ ୧୬, ଦେବଗଡ଼ ୭, ଢେଙ୍କାନାଳ ୪୧, ଗଜପତି ୯, ଗଞ୍ଜାମ ୨୪, ଯାଜପୁର ୧୯୦, ଝାରସୁଗୁଡ଼ା ୯, କଳାହାଣ୍ଡି ୨୫, କନ୍ଧମାଳ ୨୫, କେନ୍ଦ୍ରାପଡ଼ା ୧୭୯, କେନ୍ଦୁଝର ୬୪, କୋରାପୁଟ ୫୩, ମାଲକାନଗିରି ୬୬, ମୟୂରଭଞ୍ଜ ୧୯୫, ନବରଙ୍ଗପୁର ୨୩, ନୟାଗଡ଼ ୧୧୪, ନୂଆପଡ଼ା ୧୬, ପୁରୀ ୧୮୮, ରାୟଗଡ଼ା ୬୧, ସମ୍ବଲପୁର ୩୧, ସୋନପୁରରୁ ୧୨ ଏବଂ ସୁନ୍ଦରଗଡ଼ରୁ ୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୬୯।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୬,୧୦୯ରେ ପହଞ୍ଚିଥିବା ବେଳେ ୮,୮୦,୯୯୭ ଜଣ ସୁସ୍ଥ ହୋଇଛନ୍ତି। ୩୦,୯୫୦ ଜଣ ଚିକିିତ୍ସିତ ହେଉଛନ୍ତି।

Share