CORONAVIRUS UPDATE: ରାଜ୍ୟରେ ଆଜି ୩୨୩୫ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯କୁ ବୃଦ୍ଧି

ଭୁବନେଶ୍ୱର,୨୮ା୯(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୩୨୩୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ର ୧୯୧୫ଜଣ ଚିହ୍ନଟ ହୋଇଥିବା ବେଳେ ୧୩୨୦ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୧୮ ଏବଂ ଅନୁଗୋଳରୁ ୧୭୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୧୦୦, ବରଗଡ଼ ୧୩୭, ଭଦ୍ରକ ୬୭, ବଲାଙ୍ଗୀର ୧୦୧, ବୌଦ୍ଧ ୪୨, ଦେବଗଡ଼ ୧୨, ଢେଙ୍କାନାଳ ୬୯, ଗଜପତି ୩୧ ଗଞ୍ଜାମ ୨୮, ଜଗତସିଂହପୁର ୮୬, ଯାଜପୁର ୧୧୦, ଝାରସୁଗୁଡ଼ା ୭୧, କଳାହାଣ୍ଡି ୪୨, କନ୍ଧମାଳ ୬୨, କେନ୍ଦ୍ରାପଡ଼ା ୧୦୩, କେନ୍ଦୁଝର ୮୬, କୋରାପୁଟ ୫୯, ମାଲକାନଗିରି ୨୧, ମୟୂରଭଞ୍ଜ ୧୧୮, ନବରଙ୍ଗପୁର ୧୨୪, ନୟାଗଡ଼ ୪୩, ନୂଆପଡ଼ା ୧୦୬, ପୁରୀ ୭୯, ରାୟଗଡ଼ା ୧୦୧, ସମ୍ବଲପୁର ୧୨୦, ସୋନପୁର ୬୫ ଏବଂ ସୁନ୍ଦରଗଡ଼ରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨, ୧୨,୬୦୯ରେ ପହଞ୍ଚିଥିବା ବେଳେ୧,୭୩,୫୭୧ ଜଣ ସୁସ୍ଥ ହୋଇଛନ୍ତି। ୩୮,୧୭୨ ଜଣ ଚିକିତ୍ସିତ ହେଉଛନ୍ତି। ୮୧୩ ଜଣଙ୍କ ମୃତ୍ୟୁ ଘଟିଛି।

Share