Categories: ଜାତୀୟ

ପାକିସ୍ତାନ ଜେଲ୍‌ରେ ୩୨୪ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ, ୧।୭: ପାକିସ୍ତାନ ଜେଲ୍‌ରେ ୩୨୪ ଜଣ ଭାରତୀୟ ବନ୍ଦୀ ଜୀବନ ବିତାଉଛନ୍ତି। ସେମାନଙ୍କ ତାଲିକା ପାକିସ୍ତାନ ବହିର୍ବ୍ୟାପାର ବିଭାଗ ପକ୍ଷରୁ ଭାରତକୁ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ୫୪ ଜଣ ସାଧାରଣ ଲୋକ ଥିବାବେଳେ ୨୭୦ ଜଣ ଧୀବର ରହିଛନ୍ତି। ସେହିପରି ଭାରତୀୟ ଜେଲ୍‌ରେ ଥିବା ୩୬୨ ପାକିସ୍ତାନୀ ବନ୍ଦୀଙ୍କ ତାଲିକା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ୨୬୫ ସାଧାରଣ ଲୋକ ଥିବାବେଳେ ୯୭ ଜଣ ଧୀବର ଅଛନ୍ତି। ୨୦୦୮ ଚୁକ୍ତି ଅନୁସାରେ ଦୁଇଦେଶ ପ୍ରତିବର୍ଷ ବନ୍ଦୀଙ୍କ ତାଲିକା ପରସ୍ପରକୁ ପ୍ରଦାନ କରିଥାନ୍ତି। ଏହାପରେ ବନ୍ଦୀମାନେ ସ୍ବଦେଶ ଫେରି ଆସିଥାନ୍ତି।

Share