ରାଜଧାନୀରେ ବଢିଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୫ ।୪: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ଗୁରୁବାର ଏଠାରେ ୩୦୦ରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ମାର୍ଚ୍ଚ ୩ ପରେ ଏହା ସବୁଠାରୁ ଅଧିକ ବୋଲି କୁହାଯାଉଛି । ଏହାଦ୍ୱାରା ସଂକ୍ରମଣ ହାର ୨.୩୯ ପ୍ରତିଶତରେ ପହଞ୍ଚିଛି । ହେଲେ କରୋନା ସଂକ୍ରମଣ ବୃଦ୍ଧି ପରେ କାହାର ମୃତ୍ୟୁ ହୋଇ ନ ଥିବା ସୂଚନା ମିଳିଛି । ତେବେ ଗତ ୨୪ ଘଣ୍ଟାରେ ୩ଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେବା ପରେ ଏହା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି । ଗତ ୪୦ ଦିନ ମଧ୍ୟରେ ଏହା ସବୁଠାରୁ ଅଧିକ ଥିବା ବେଳେ ଆଗକୁ ଏହା ଆହୁରି ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ନିୟମ କଡା କଡି ଭାବେ ପାଳନ କରାଯିବାକୁ କୁହାଯାଇଛି ।

Share