CORONAVIRUS UPDATE: ରାଜ୍ୟରୁ ଆଜି ୩,୨୬୭ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮କୁ ବୃଦ୍ଧି

ଭୁବନେଶ୍ୱର,୪ା୯(ବ୍ୟୁରୋ): ଶୁକ୍ରବାର ୩୦ ଜିଲାରୁ ୩,୨୬୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୯୬୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୦୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୮୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୪ ଏବଂ ପୁରୀରୁ ୨୩୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୬୦, ବାଲେଶ୍ୱର ୯, ବରଗଡ଼ ୧୨୦, ଭଦ୍ରକ ୧୩୮, ବଲାଙ୍ଗୀର ୪୩, ବୌଦ୍ଧ ୪୪, ଦେବଗଡ଼ ୨୩, ଢେଙ୍କାନାଳ ୧୮, ଗଜପତି ୧୮, ଗଞ୍ଜାମ ୯୭, ଜଗତସିଂହପୁର ୬୬, ଯାଜପୁର ୨୩, ଝାରସୁଗୁଡ଼ା ୩୭, କଳାହାଣ୍ଡି ୩୭, କେନ୍ଦ୍ରାପଡ଼ା ୫୧, କେନ୍ଦୁଝର ୧୦୭, କୋରାପୁଟ ୮୩, ମାଲକାନଗିରି ୧୭, ମୟୂରଭଞ୍ଜ ୧୩୪, ନବରଙ୍ଗପୁର ୮୫, ନୟାଗଡ଼ ୭୦, ନୂଆପଡ଼ା ୪୦, ରାୟଗଡ଼ା ୧୬୯, ସମ୍ବଲପୁର ୮୦, ସୋନପୁର ୬୬ ଏବଂ ସୁନ୍ଦରଗଡ଼ରୁ ୧୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧, ୧୬,୬୭୮ରେ ପହଞ୍ଚିଥିବା ବେଳେ ୮୭,୩୫୧ଜଣ ସୁସ୍ଥ ହୋଇଛନ୍ତି। ୨୮,୭୪୩ ଜଣ ଚିକିତ୍ସିତ ହେଉଛନ୍ତି। ୫୩୧ଜଣଙ୍କ ମୃତ୍ୟୁ ଘଟିଛି।

Share