କେପ୍ଟାଉନ୍, ୨୧ା୧୨ (ପି.ଟି.): ଉଦ୍ଘାଟନୀ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ପାଇଁ ମୋଟ ପୁରସ୍କାର ରାଶି ୭୦ ନିୟୁତ ର଼୍ୟାଣ୍ଡ (ପ୍ରାୟ ୩୩.୫ କୋଟି ଟଙ୍କା) ରଖାଯାଇଛି। ଦକ୍ଷିଣ ଆଫ୍ରିକା ଫ୍ରାଞ୍ଚାଇଜ୍ କ୍ରିକେଟ ଇତିହାସରେ ଏହା ସର୍ବାଧିକ। ଏହି ଫ୍ରାଞ୍ଚାଇଜ୍ଭିତ୍ତିକ ଟୁର୍ନାମେଣ୍ଟ ଆସନ୍ତାବର୍ଷ ଜାନୁୟାରୀ ୧୦ରୁ ଫେବୃୟାରୀ ୧୧ ପର୍ଯ୍ୟନ୍ତ ୬ଟି ଦଳକୁ ନେଇ ହେବ। ସମସ୍ତ ଦଳ ପଛରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ରହିଛନ୍ତି। ଟୁର୍ନାମେଣ୍ଟ ଜାନୁୟାରୀ ୧୦ରେ କେପ୍ଟାଉନ୍ର ନ୍ୟୁଲାଣ୍ଡ୍ସଠାରେ ଆରମ୍ଭ ହେବ। ଫେବୃୟାରୀ ୧୧ରେ ଫାଇନାଲ ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସଠାରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ ଏମ୍ଆଇ କେପ୍ଟାଉନ୍ ଓ ପାର୍ଲ ରୟାଲ୍ସ ମଧ୍ୟରେ ଖେଳାଯିବ। ଏଥିରେ ଆଫଗାନିସ୍ତାନ ସ୍ପିନର ରଶିଦ ଖାଁ, ଇଂଲଣ୍ଡ ଟି୨୦ ବିଶ୍ୱକପ୍ ବିଜୟୀ ଅଧିନାୟକ ଜୋସ୍ ବଟଲର, ଦକ୍ଷିଣ ଆଫ୍ରିକା ପେସ୍ ବୋଲର କାଗିସୋ ରାବାଡା ଓ ଡେଭିଡ୍ ମିଲରଙ୍କ ସମେତ ଅନ୍ୟ କେତେଜଣଙ୍କ ଖେଳ ଦେଖିବାକୁ ମିଳିବ।