ଭବାନୀପାଟଣା,୨୮।୯ (ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଏସ୍ଆଇ ବ୍ରଜ କିଶୋର ଦୁରିଆଙ୍କ ବିୟୋଗ ଘଟିଛି। ଏସ୍ଆଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ଗୁରୁତର ହୋଇ ପ୍ରଥମେ ଭବାନୀପାଟଣା ପରେ ସେଠାରୁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ଚିକତ୍ସାଧୀନ ଅବସ୍ଥାରେ ଗୁରୁବାର ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୂତ୍ରରୁ ଜଣାପଡିଛି। ସଦର ଥାନା ପୂର୍ବରୁ ସେ ଲାଞ୍ଜିଗଡ ଥାନାରେ ସେକେଣ୍ଡ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ଏସ୍ପି ବାତୁଲା ଗଙ୍ଗାଧର ଶୋକ ପ୍ରକାଶ କରିବା ସହ ପୋଲିସ ବିଭାଗର ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଏହା ସହ ଶୋକାକୂଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।