ଦୋହା, ୨୮ା୭ (ଏପି)-ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ୨୦୩୨ର ଆୟୋଜନ ପାଇଁ କାତାର ଆଗ୍ରହ ପ୍ରକାଶ କରିଛି। ପ୍ରାକୃତିକ ଗ୍ୟାସ୍ରେ ସମୃଦ୍ଧ ପର୍ସିଆ ଉପସାଗର ଅନ୍ତର୍ଗତ ଏହି ଦେଶ ଏହି ମର୍ମରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ନିକଟକୁ ଏକ ଚିଠି ଲେଖିଛି। କାତାର ମଧ୍ୟ ପ୍ରାଚ୍ୟରେ ପ୍ରଥମ ଥର ଫିଫା ବିଶ୍ୱକପ୍ ୨୦୨୨ରେ ଆୟୋଜନ କରିବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ପୁନଶ୍ଚ ଅଞ୍ଚଳରେ ପ୍ରଥମ ଥର ଅଲିମ୍ପିକ୍ସ ଆୟୋଜନ ନେଇ ଆଗ୍ରହ ପ୍ରକାଶ କରିଛି। ସୂଚନାଯୋଗ୍ୟ୍ୟ, ୨୦୧୦ ଡିସେମ୍ବରରେ ଏକ ଫିଫା ଭୋଟ୍ରେ କାତାର ଫୁଟବଲ ବିଶ୍ୱକପ୍ ଆୟୋଜନ ଅଧିକାର ଲାଭ କରିଥିଲା। ବିଡ୍ ଜିତିବା ଲାଗି ଏହି ଦେଶ ଦୁର୍ନୀତିର ଆଶ୍ରୟ ନେଇଥିବା ଅଭିଯୋଗ ହୋଇଛି। ଆଇଓସିର ଫ୍ୟୁଚର ହୋଷ୍ଟ କମିଶନ ସହିତ ସଫଳ ଆଲୋଚନା ପରେ କାତାର ଅଲିମ୍ପିକ କମିଟି ସଭାପତି ଶେଖ୍ ଜୋନ୍ ବିନ୍ ହମାଦ ବିନ୍ ଖଲିଫା ଅଲ୍ ଥାନି ଅଲିମ୍ପିକ ଆୟୋଜନ ନେଇ କାତାରର ଆଗ୍ରହ ଥିବା କଥା ସାଧାରଣରେ ପ୍ରକାଶ କରିଛନ୍ତି।