ବରଗଡ଼ ଅଫିସ,୬ା୭: ବରଗଡ଼ ଜିଲାରେ ସୋମବାର ପୁଣି ୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଏହାପରେ ୫୨୦୫ ଜନସଂଖ୍ୟା ବିଶିଷ୍ଟ କଟାପାଲି ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ୧୦୫ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ସୁଦ୍ଧା ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬କୁ ଛୁଇଁଛି। ଅନ୍ୟପଟେ କଟାପାଲି ଗ୍ରାମରେ ଏପର୍ଯ୍ୟନ୍ତ ୧୩୯୭ ଜଣଙ୍କ ସ୍ବାବ୍ ନମୁନା ପରୀକ୍ଷା ହୋଇସାରିଛି। ତେବେ ଗତମାସ ୧୬ ତାରିଖରୁ କଟାପାଲି କଣ୍ଟେନ୍ମେଣ୍ଟ୍ ଜୋନ ଘୋଷଣା ହୋଇଥିବା ବେଳେ ଏଠାରେ ଏଭଳି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ବରଗଡ଼