୩୩ ମାଛର ଦାମ୍‌ ୧ କୋଟି

ଭୋଗରାଇ, ୨୭।୧୦(ଡି.ଏନ.ଏ.): ୩୩ଟି ମାଛର ଦାମ୍‌ ୧ କୋଟି ଟଙ୍କା। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ମାଛଗୁଡ଼ିକୁ ବଙ୍ଗୋପସାଗର ପଶ୍ଚିମବଙ୍ଗ ଦୀଘା ଉପକୂଳରୁ ଧରାଯାଇ ଟ୍ରଲର ଯୋଗେ ଦୀଘା ମାଛ ମାର୍କେଟ୍‌କୁ ଅଣାଯାଇ ବିକ୍ରି କରାଯାଇଛି। କୋଲକାତା ବାୟୋଟେକ୍‌ କମ୍ପାନୀର ସୁଭାଷ ରାନା ନାମକ କର୍ମଚାରୀ ଏହି ବିରଳ ପ୍ରଜାତିର ମାଛକୁ ନିଲାମରେ କିଣିଛନ୍ତି। ଉକ୍ତ ମାଛର ପେଟଅଂଶରେ ଏକ ବ୍ଲାଡ଼ାର ରହୁଥିବାରୁ ଔଷଧୀୟ କାର୍ଯ୍ୟରେ ବ୍ୟବହାର ହୋଇଥାଏ। ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୭ତାରିଖରେ ୬୨ଟି ତେଲିଆ ମାଛକୁ ୧କୋଟିରେ ବିକ୍ରି କରାଯାଇଥିଲା। ଗୋଟିଏ ମାଛର ଓଜନ ୨୨ରୁ ୨୫ କେଜି ରହିଛି।