କୁକୁର କାମୁଡ଼ାରେ ୩୩ ଆହତ

ଛତ୍ରପୁର,୧୩।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ପାଗଳ କୁକୁର କାମୁଡାରେ ୩୩ଜଣ ଆହତ ହୋଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଛତ୍ରପୁର ସହରର ଶାନ୍ତିନଗର ଅଞ୍ଚଳରେ ପାଗଳ କୁକୁରଙ୍କ କାମୁଡ଼ାରେ ୩୨ଜଣ ଗୁରୁତର ଆହତ ହୋଇଥିବା ବେଳେ ସେହିପରି ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଉଭୟ ମହିଳା ଏବଂ ପୁରୁଷ ଅଛନ୍ତି।

ଏନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ରହିଥିବା ବେଳେ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି ହୋଇଛି। ଏପରିକି ଉପଖଣ୍ଡ ଚିକିତ୍ସାଳୟରେ କୁକୁର କାମୁଡ଼ା ଇଞ୍ଜେକ୍ସନ୍‌ ବହୁ ପରିମାଣରେ ଗଚ୍ଛିତ ରଖିବାକୁ ସାଧାରଣରେ ଦାବି ହୋଇଛି।

Share