ଚାଇନାର ପ୍ରବଳ ବନ୍ୟାରେ ବେହାଲ ରାଜଧାନୀ: ୩୩ମୃତ୍ୟୁ, ୧୮ ନିଖୋଜ

ବେଜିଂ,୯।୮: ଗତ କିଛି ଦିନ ହେବ ଚାଇନାରେ ପ୍ରବଳ ବର୍ଷା ଯୋଗୁ ଲୋକଙ୍କ ଜୀବନ ର୍ଦୁଃବିସହ ହୋଇପଡିଛି। ତେବେ ବେଜିଂର ଦକ୍ଷିଣ-ପଶ୍ଚିମ ଜୁଜୋଉରେ ବନ୍ୟାଜଳ କମିବା ଆରମ୍ଭ ହୋଇଛି। ବନ୍ୟା ଜଳ କମିଲେ ମଧ୍ୟ ବନ୍ୟା ପରର ପରିସ୍ଥିତି ବୃଦ୍ଧି ପାଉଛି।
ଅଗଷ୍ଟ ୮ ପର୍ଯ୍ୟନ୍ତ ବେଜିଂରେ ପ୍ରବଳ ବନ୍ୟା ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮ ଜଣ ନିଖୋଜ ଅଛନ୍ତି।

Share