Advertisement

ଆତ୍ମସମର୍ପଣ କଲେ ୩୩ ନକ୍ସଲ

ରାୟପୁର,୧୫।୨: ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ସୁକମାରେ ଆୟୋଜିତ ଏକ ସାଧାରଣ ସଭାରେ ୩୩ ନକ୍ସଲମାନେ ଏକତ୍ର ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଅନେକ ନକ୍ସଲଙ୍କ ଉପରେ ପୁରସ୍କାର ଘୋଷଣା କରାଯାଇଥିଲା। ଏସପିଙ୍କ ଉପସ୍ଥିତିରେ ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ। ସୁକମା ପୋଲିସ ଅଧୀକ୍ଷକ ସୁନୀଲ ଶର୍ମା କହିଛନ୍ତି, ସୁକମା ଜିଲାର ଡବ୍ବମ୍ବରକା କ୍ୟାମ୍ପରେ ଆୟୋଜିତ ହୋଇଥିବା ‘ଜନ ଦର୍ଶନ’ କାର୍ଯ୍ୟକ୍ରମ ସମୟରେ ନକ୍ସଲମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।
ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଦାଣ୍ଡକାରଣ୍ୟ ଆଦିବାସୀ କିସାନ ମଜଦୁର ସଂଗଠନ ଅଧ୍ୟକ୍ଷ ଦିରଦୋ ମୁଦା, ଚେତନା ନାଟ୍ୟ ମଣ୍ଡଳୀର ସଭାପତି ହିଡମା ଏବଂ ମିଲିସିଆ କମାଣ୍ଡର ୱାଜାମ ହିଡମା ଅଛନ୍ତି। ସେମାନଙ୍କ ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ଥିଲା। ନକ୍ସଲମାନେ ବିକାଶ କାର୍ଯ୍ୟରେ ପ୍ରଭାବିତ ହେବା ପରେ ଆତ୍ମସମର୍ପଣ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share