ଓଡ଼ିଶାରେ ୩୩% ଲୋକ ମୋଟା

ଭୁବନେଶ୍ୱର,୧୯ା୨(ଅସମାପିକା ସାହୁ): ଆଜିର ସମୟରେ ଆମ ଖାଦ୍ୟଶୈଳୀ ଠିକ୍‌ ନ ଥିବାରୁ ମୋଟାପଣ ବଢ଼ୁଛି। ଦେଶ ତୁଳନାରେ ଓଡ଼ିଶାରେ ଅଧିକ ଲୋକ ଏପରି ଶାରୀରିକ ଅସନ୍ତୁଳନତାର ଶିକାର ହେଉଛନ୍ତି। ଭାରତରେ ୩୦% ଲୋକ ମୋଟାପଣର ଶିକାର ହେଉଥିବା ବେଳେ ଓଡ଼ିଶାରେ ଏହା ୩୩% ରହିଛି ବୋଲି ଏମ୍‌ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ କୁମାର ମହାପାତ୍ର କହିଛନ୍ତି। ଓଡ଼ିଶା ପ୍ରାଦେଶିକ ଆୟୁର୍ବେଦିକ ସମ୍ମିଳନୀ ଓ ଅଖିଳ ଭାରତୀୟ ଆୟୁର୍ବେଦିକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରବିବାର ବ୍ଲାଇଣ୍ଡ୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ‘ଚତୁର୍ଥ ବାର୍ଷିକ ଅଧିବେଶନ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଡା. ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ସତ୍ୟ ଯୁଗରୁ ଆୟୁର୍ବେଦିକ ଚିକିତ୍ସା ରହି ଆସିଛି। ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଅସୁସ୍ଥ ହେଲେ ଆୟୁର୍ବେଦିକ ଚିକିତ୍ସା କରାଯାଉଛି। ବର୍ତ୍ତମାନ ଲୋକମାନେ ଜୀବନ ଶୈଳୀରେ ପରିବର୍ତ୍ତନ କରିଛନ୍ତି। ଶରୀର, ମନ ଓ ଆତ୍ମା ଭିତରେ ସମନ୍ବୟ ରହୁନି। ମନ ସ୍ଥିର ରହିବା ସହିତ ଆତ୍ମା ଶାନ୍ତ ରହିଲେ ରୋଗ ହେବ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ।
ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଚିକିତ୍ସା ବିଜ୍ଞାନରେ ସର୍ବପୁରାତନ ଭାବେ ଆୟୁର୍ବେଦିକ ଚିକିତ୍ସାକୁ ଗ୍ରହଣ କରାଯାଇଛି। ଆଜିପର୍ଯ୍ୟନ୍ତ ସମଗ୍ର ମାନବ ସମାଜକୁ ଏହା ପାର୍ଶ୍ୱ ପ୍ରତିକ୍ରିୟାବିହୀନ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛି। କୋଭିଡ୍‌ ସମୟରେ ଆୟୁର୍ବେଦିକ ଚିକିତ୍ସା ରୋଗୀଙ୍କୁ ନୂଆ ଜୀବନ ଦେଇଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତରଖାନାକୁ ରୂପାନ୍ତରିତ କରୁଥିବା ସ୍ବାସ୍ଥ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ନାରାୟଣ ଚନ୍ଦ୍ର ଦାଶ ଆୟୁର୍ବେଦିକ ଚିକିତ୍ସାରେ ସବୁବେଳେ ଲୋକେ କିପରି ସୁସ୍ଥ ହୋଇପାରିବେ, ତାହା ଉପରେ ଚିକିତ୍ସା କରାଯାଏ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମ୍ମିଳନୀର ସଭାପତି ଉମେଶ ଚନ୍ଦ୍ର ପୃଷ୍ଟି, ସମ୍ପାଦକ ଗୌରୀ ଶଙ୍କର ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ତିନିଶହରୁ ଊର୍ଦ୍ଧ୍ୱ ଚିକିତ୍ସକ ଓ ଗବେଷକ ଯୋଗଦେଇଥିଲେ। ଏହି ଅବସରରେ ନୂତନ ସଭାପତି ଭାବେ ଡା. ଧନେଶ୍ୱର ବଳିଆରସିଂହ ଏବଂ ସାଧାରଣ ସମ୍ପାଦକ ଭାବେ ଡା. ଶରତ କୁମାର ରାଉତ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ନବୀନ, ଓଡ଼ିଶାରେ ଚହଳ, ଆଗକୁ ହେବ କି ବଡ଼ ଡିଲ୍‌!

ଭୁବନେଶ୍ୱର,୧୪।୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। କୁହାଯାଉଛି କି ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨...

ବାହାହୋଇ ଫଶିଗଲେ ପ୍ରଦୀପ ମାଝୀ, ୧୨ ବର୍ଷ ବାସନ୍ଦ କଲେ ଜାତିଭାଇ

ମାଲକାନଗିରି,୧୪।୩(ନୃସିଂହ ଚରଣ ମହାନ୍ତି):  ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ...

ବ୍ରହ୍ମପୁର ବିଶବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ହ୍ୟାଣ୍ଡବଲ ପୁରୁଷ ଦଳ ଭୁବନେଶ୍ୱର ଗସ୍ତ

ବ୍ରହ୍ମପୁର, ୧୪।୩ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଶୁକ୍ରବାର ସାରେ ପୁରୁଷ ହ୍ୟାଣ୍ଡବଲ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତିl ଭୁବନେଶ୍ବର...

Blood Moon: ବଦଳିଯିବ ଜହ୍ନର ରଙ୍ଗ, ରାତି ଆକାଶରେ ହୋଇଯିବ ଗାଢ ଲାଲ୍‌

ବଦଳିଯିବ ଜହ୍ନର ରଙ୍ଗ। ଦେଖାଯିବ ଗାଢ ଲାଲ୍‌। ମାର୍ଚ୍ଚ ୧୪ ତାରିଖ ଅର୍ଥାତ୍‌ ହୋଲି ଦିନରେ ଆକାଶରେ ଦେଖି ପାରିବେ ବ୍ଲଡ ମୁନ । ଏପରି...

ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ସୁନା ବେଶ, ଦୋଳବେଦୀରେ ଦୋଳ ପୂର୍ଣ୍ଣିମା ନୀତି ସମ୍ପନ୍ନ

ପୁରୀ,୧୪।୩(ଅଜିତ୍‌ କୁମାର ମହାନ୍ତି): ପବିତ୍ର ଫାଲୁଗନ ମାସ ପୂର୍ଣ୍ଣିମା ତଥା ଦୋଳ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ସମ୍ପନ୍ନ...

VSSUT ଛାତ୍ରୀଛାତ୍ରଙ୍କ ପାଇଁ କଟକଣା ଜାରି କଲେ କର୍ତ୍ତୃପକ୍ଷ

ସମ୍ବଲପୁର,୧୪।୩: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (VSSUT)ର ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର ପ୍ରିୟାଂଶୁ ପ୍ରକାଶ ବେହେରା(୧୯) ଗୁରୁବାର ହୀରାକୁଦ ଡ୍ୟାମର ପାୱାର...

ବିସ୍ଫୋରକ ବୟାନଦେଲେ ତାରା, ଆଣ୍ଠେଇ ଆଣ୍ଠେଇକି…

ଭୁବନେଶ୍ୱର,୧୪।୩: ‘ମହିଳା ସୁରକ୍ଷା ମୋ ଡିମାଣ୍ଡ’, ଏତିକି ଖାଲି କରିଦିଅନ୍ତୁ ଭୁଲ କଣ ମାଗିବି? ମୋତେ ଆଣ୍ଠା କହିଲେ ଆଣ୍ଠେଇବି। ଯଦି କହିବେ ମୋ କ୍ୱାର୍ଟର୍ସରୁ...

ଦୋଳପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ,୧୪ା୩: ଶୁକ୍ରବାର ଦୋଳ ବେଦିରେ ଦୋଳପୂର୍ଣ୍ଣିମା ନୀତି ସହ ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image