କେନ୍ଦୁଝର,୧୮ା୩(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ଏସ୍ସି/ଏସ୍ଟି ବିଭାଗ ଦାରା ପରିଚାଳିତ ହାଇସ୍କୁଲର ରାଇସୁଆଁ କେନ୍ଦ୍ରରେ ସ୍ବତନ୍ତ୍ର ସ୍କ୍ବାଡ(୧୬ ନଂ) ଚଢ଼ାଉ କରି ୩୩ ଜଣ କପି କରୁଥିବା ବେଳେ ଧରିଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଡକ୍ଟର ଅକ୍ଷୟ କୁମାର ରଣା ଓ ଡକ୍ଟର ପ୍ରସନ୍ନ ପଣ୍ଡାଙ୍କ ନେତୃତ୍ୱରେ ଏହି ସ୍କ୍ବାଡ ଶନିବାର ଚଢ଼ାଉ କରିଥିଲେ। ସ୍ବଚ୍ଛ ପରୀକ୍ଷା ପାଇଁ କେନ୍ଦ୍ରର ଅଧୀକ୍ଷକ ଓ ଉପଅଧୀକ୍ଷକଙ୍କୁ ବଦଳାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷାବିଭାଗକୁ ଜଣାଇଛନ୍ତି ବୋଲି ଡକ୍ଟର ରଣା କହିଛନ୍ତି। ଉକ୍ତ କେନ୍ଦ୍ର ଦାୟିତ୍ୱରେ ଅନ୍ୟ ଜଣେ ନିଯୁକ୍ତି ଦେବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।