ଆଜି ଚାଲିବନି ୩୩ ଟ୍ରେନ୍‌

ଜଳେଶ୍ୱର,୧୩ା୬(ଡି.ଏନ୍‌.ଏ): ବାହାନଗା ରେଳ ଦୁର୍ଘଟଣା ପରେ ବିିଭିନ୍ନ ରେଳପଥ ମରାମତି କାର୍ଯ୍ୟ ଜାରି ରହିଛି। ଏନେଇ ବିଭିନ୍ନ ରୁଟ୍‌ରେ ରେଳ ଚଳାଚଳ ବାତିଲ ହେଉଛି। ଗତ ୩ ଦିନ ଧରି ଖଡଗପୁର-ଭଦ୍ରକ ସେକ୍‌ସନ ଦେଇ ଗତି କରୁଥିବା ୩୨ଟି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ମଙ୍ଗଳବାର ୩୩ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଥିବା ଦକ୍ଷିଣପୂର୍ବ ରେଲଓ୍ବେ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅନୁଯାୟୀ, ଆସନ୍ତା ୧୩ ତାରିଖରେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍‌, ବାଲେଶ୍ୱର-ଭୂବନେଶ୍ୱର ସ୍ପେଶାଲ, ବାଲେଶ୍ୱର-ଭଦ୍ରକ ମେମୋ, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍‌, ହାୱଡା-ଶ୍ରୀ ସତ୍ୟସାଇ ପ୍ରଶାନ୍ତି ଏକ୍ସପ୍ରେସ୍‌, ହାୱଡା-ଭଦ୍ରକ ଏକ୍ସପ୍ରେସ୍‌, ଜଳେଶ୍ୱର-ପୁରୀ ମେମୋ, ଖଡଗପୁର-ଖୋର୍ଦ୍ଧରୋଡ ଏକ୍ସପ୍ରେସ୍‌, ଖଡଗପୁର-ଯାଜପୁର କେନ୍ଦୁଝର ଏକ୍ସପ୍ରେସ୍‌, ସାଲିମାର-ପୁରୀ ଧଉଳି ଏକ୍ସପ୍ରେସ, ସାଲିମାର -ସିକନ୍ଦରାବାଦ ସାପ୍ତାହିକ ଏକ୍ସପ୍ରେସ୍‌, ସାଲିମାର -ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌, ସାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ୍‌, ସାଲିମାର-ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌, ଭଦ୍ରକ-ହାୱଡା ଏକ୍ସପ୍ରେସ, ଯାଜପୁର-କେନ୍ଦୁଝରରୋଡ-ଖଡଗପୁର ଏକ୍ସପ୍ରେସ୍‌, ପୁରୀ-ହାୱଡା ଶତାବ୍ଦୀ ଏକ୍ସପ୍ରେସ୍‌, ଭଦ୍ରକ-ବାଲେଶ୍ୱର ମେମୋ, ପୁରୀ-ସାଲିମାର ଧଉଳି ଏକ୍ସପ୍ରେସ୍‌, ପୁର-ଜଳେଶ୍ୱର ମେମୋ, ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ୍‌, ଖୋର୍ଦ୍ଦାରୋଡ-ଖଡଗପୁର ଏକ୍ସପ୍ରେସ୍‌, ଭୁବନେଶ୍ୱର-ବାଲେଶ୍ୱର ସ୍ପେଶାଲ, ସାଲିମାର-ପୁରୀ ଏକ୍ସପ୍ରେସ୍‌, ସାଲିମାର-ସମ୍ବଲପୁର ଏକ୍ସପ୍ରେସ୍‌, ବିଶାଖାପାଟଣା-ସାଲିମାର ସୁପରଫାଷ୍ଟ ଏକ୍ସପ୍ରେସ୍‌, ପୁରୀ-ସାଲିମାର ଗରିବରଥ, ଚେନ୍ନାଇ ସେଣ୍ଟ୍ରାଲ-ସାଲିମାର କରମଣ୍ଡଳ, ସନ୍ତ୍ରାଗାଛି ଏକ୍ସପ୍ରେସ୍‌, ହାଇଦ୍ରାବାଦ-ସାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌, ଏମ୍‌ଟର୍ମିନାଲ-ହାୱଡା ଏକ୍ସପ୍ରେସ୍‌, ପୁଦୁଚେରୀ-ହାୱାଡା ଏକ୍ସପ୍ରେସ୍‌, ଚେନ୍ନାଇ ସେଣ୍ଟ୍ରାଲ-ସାଲିମାର ସୁପରଫାଷ୍ଟ ଟେନ୍‌କୁ ବାତିଲ କରାଯାଇଛି। କିନ୍ତୁ ଖଡଗପୁର-ଭଦ୍ରକ ମେମୋ ବାଲେଶ୍ୱର ଯାଏ ଯାଇ ସେଠାରୁ ଫେରିବା ନିର୍ଦ୍ଦେଶ ରହିଛି। ଯୁଗନାଗରୀ ଋଷିକେଷ-ପୁରୀ ଏକ୍ସପ୍ରେସ ଖଡଗପୁର ନ ଆସି ଝାରସୁଗୁଡା ଭାୟା ସମ୍ବଲପୁର-କଟକ ରାସ୍ତାରେ ଏବଂ ଭୁବନେଶ୍ୱର-ଦିଲ୍ଲୀ ଦୁରନ୍ତ ଭାୟା ଝାରସୁଗୁଡା-ଚାନ୍ଦିଲ ରୁଟରେ ଚଳାଚଳ କରିବ। ସେହିପରି ଭୁବନେଶ୍ୱର-ଆନନ୍ଦବିହାର ନନ୍ଦନକାନନ ଭାୟା ଝାରସୁଗୁଡ଼ା ଦେଇଯିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ ା

Share