ଭାଇ ସୁଶାନ୍ତଙ୍କ ମୃତ୍ୟୁକୁ ଆଜିବି ଗ୍ରହଣ କରି ପାରୁନାହାନ୍ତି ଭଉଣୀ ଶ୍ୱେତା: ଭାବପ୍ରବଣ ହୋଇ ଲେଖିଲେ ଏମିତି

ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ଅନେକ ଦିନ ବିତିଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ଆତ୍ମହତ୍ୟାକୁ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାରଲୋକେ। ୩ ଭଉଣୀଙ୍କ ପରେ ସୁଶାନ୍ତ ଘରର ସାନ ପୁଅ ଭାବେ ଭାରି ଗେହ୍ଲା ଥିଲେ। ତାଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତୀ ସୁଶାନ୍ତଙ୍କ ସ୍ମୃତିକୁ କ୍ରମାଗତ ଭାବେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଏଥର ଶ୍ୱେତା ସୁଶାନ୍ତଙ୍କ ସ୍ମୃତିରେ ଏକ ହାତ ଲିଖିତ ଚିଠି ଶେୟାର କରିଛନ୍ତି।

ଶ୍ୱେତା ଇନଷ୍ଟାଗ୍ରାମରେ ଏହି ଚିଠି ଶେୟାର କରିଛନ୍ତି। କ୍ୟାପ୍‌ସନରେ ସେ ଅନେକ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି। ଶ୍ୱେତା ଭାବପ୍ରବଣ ଲେଖିଛନ୍ତି ଯେ ‘ତୁମେ ସବୁଠୁ ପ୍ରଥମ, ଆଇ ଲଭ ୟୁ ଭାଇ ସୁଶାନ୍ତ’।

ଏହାପୂର୍ବରୁ ଶ୍ୱେତା ତାଙ୍କ ଝିଅ ଏବଂ ସୁଶାନ୍ତଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ। ସେ କ୍ୟାପସନରେ ଲେଖିଥିଲେ, ‘ପ୍ରିୟଙ୍କା, ଫ୍ରେଜୁ ତାଙ୍କ ମାମୁଙ୍କ ସହ।’ ତେବେ ପୂର୍ବରୁ ଶ୍ୱେତା ଫେସବୁକ ଆକାଉଣ୍ଟରେ ସୁଶାନ୍ତଙ୍କ ବିଷୟରେ ଅନେକ ପୋଷ୍ଟ କରିଥିଲେ। ମାତ୍ର ପରେ ସେ ସେଗୁଡ଼ିକୁ ଡିଲିଟ କରିଥିଲେ।

Share