ଆଜି ରାଜ୍ୟରୁ ୩୩୨୯ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୩୩୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୯,୨୪୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧,୯୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୧,୩୯୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୫୦୪ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୯୩ ଏବଂ ସୁନ୍ଦରଗଡ଼ରୁ ୨୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୮୫, ବାଲେଶ୍ୱର ୧୪୧, ବରଗଡ଼ ୪୬, ଭଦ୍ରକ ୫୭, ବଲାଙ୍ଗୀର ୬୭, ବୌଦ୍ଧ ୪୯, ଦେବଗଡ଼ ୬୭, ଢେଙ୍କାନାଳ ୬୧, ଗଜପତି ୬୪, ଗଞ୍ଜାମ ୪୪, ଜଗତସିଂହପୁର ୭୦, ଯାଜପୁର ୯୯, ଝାରସୁଗୁଡ଼ା ୭୪, କଳାହାଣ୍ଡି ୧୦୭, କନ୍ଧମାଳ ୪୩, କେନ୍ଦ୍ରାପଡ଼ା ୭୩, କେନ୍ଦୁଝର ୨୧, କୋରାପୁଟ ୫୯, ମାଲକାନଗିରି ୩୪, ମୟୂରଭଞ୍ଜ ୧୪୫, ନବରଙ୍ଗପୁର ୯୦, ନୟାଗଡ଼ ୧୨୦, ନୂଆପଡ଼ା ୧୨୯, ପୁରୀ ୫୬, ରାୟଗଡ଼ା ୬୬, ସମ୍ବଲପୁରରୁ ୧୧୫ ଏବଂ ସୋନପୁରରୁ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୩୬।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୯,୨୪୦ରେ ପହଞ୍ଚିଥିବା ବେଳେ ୧୧,୯୩,୩୬୫ ଜଣ ସୁସ୍ଥ ହୋଇଛନ୍ତି। ୪୭,୨୧୦ ଜଣ ଚିକିିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୮,୬୧୨କୁ ବୃଦ୍ଧି ପାଇଛି।

Share