୧୦ ଜିଲା ପାଇଁ ୧୦ ସଚିବଙ୍କୁ ନିଯୁକ୍ତି, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟ ୧୦ ଆକାଂକ୍ଷୀ ଜିଲା ପାଇଁ ୧୦ ସଚିବସ୍ତରୀୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। କନ୍ଧମାଳ ଜିଲା ପାଇଁ ମଧୁସୂଦନ ପାଢ଼ୀ, କଳାହାଣ୍ଡି ପାଇଁ ସତ୍ୟବ୍ରତ ସାହୁ, ବଲାଙ୍ଗୀର ପାଇଁ ସୁରେନ୍ଦ୍ର କୁମାର, ଢେଙ୍କାନାଳ ପାଇଁ ରଞ୍ଜନା ଚେପ୍ରା, ନୂଆପଡ଼ା ପାଇଁ ବିଷ୍ଣୁପଦ ସେଠୀ, ଗଜପତି ପାଇଁ ଭାସ୍କର ଜ୍ୟୋତି ଶର୍ମା, କୋରାପୁଟ ପାଇଁ ସନ୍ତୋଷ ଷଡଙ୍ଗୀ, ନବରଙ୍ଗପୁର ପାଇଁ ଅରବିନ୍ଦ ଅଗ୍ରଓ୍ବାଲ, ରାୟଗଡ଼ା ପାଇଁ ନିକୁଞ୍ଜ ବିହାରୀ ଧଳ, ମାଲକାନଗିରି ପାଇଁ ନୀତିନ୍‌ ବି.ଜଓ୍ବେଲଙ୍କୁ ଦାୟିତ୍ୱ ମିଳିଛି। ଏହି ଅଧିକାରୀମାନେ ସ୍ବାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ ଆଦି ମୌଳିକ ଭିତ୍ତିଭୂମିର ତଦାରଖ କରିବେ ବୋଲି ଜଣାପଡ଼ିଛି।

Share