Categories: ଜାତୀୟ

ଉତ୍ତରାଖଣ୍ଡରେ ମୃତ୍ୟୁର ତାଣ୍ଡବ ଜାରି

ନୂଆଦିଲ୍ଲୀ,୧୯।୧୦: ଲଗାଣ ବର୍ଷା କାରଣରୁ ଉତ୍ତରାଖଣ୍ଡର ବିଭିନ୍ନ ଜିଲାରେ ଦେଖିବାକୁ ମିଳିଛି ମୃତ୍ୟୁର ତାଣ୍ଡବ। ପର୍ଯ୍ୟଟନ ସ୍ଥଳ ଭାବେ ଜଣାଶୁଣା ନେନିତାଲ ସମ୍ପୂର୍ଣ୍ଣ ରୂପେ ବାହ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଇଛି। ସୋମବାର ମୁକ୍ତେଶ୍ୱର ଓ ଖାଇର୍ନା ଅଞ୍ଚଳରେ ଘର ଭୁଷୁଡି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଧମ ସିଂ ନଗରରେ ଜଣେ ଭାଷି ଯାଇଛନ୍ତି। ଏଥିଯୋଗୁ ୩୪ରେ ପହଞ୍ଚିଛି ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା। ଏବେ ବି ବନ୍ୟା ଅଞ୍ଚଳରେ ଶହ ଶହ ଲୋକ ଫଶି ରହିଛନ୍ତି। ତେବେ ରାଜ୍ୟକୁ କିଛି ଟା ଆଶ୍ୱାସନା ଦେଇଛି ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂଆ ସୂଚନା। ମଙ୍ଗଳବାରଠାରୁ ବର୍ଷାର ପରିମାଣରେ ହ୍ରାସ ପରିଲ୍ଲକ୍ଷିତ ହେବ ବୋଲି କୁହାଯାଇଛି।

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ରାଜ୍ୟରେ ବନ୍ୟାର ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା କାରଣରୁ ସୃଷ୍ଟି ହୋଇଥିବା ବନ୍ୟାରେ ଅନେକ ଘର, ବ୍ରିଜ ଭାଙ୍ଗି ଯାଇଛି। ଉଦ୍ଧାର କାର୍ଯ୍ୟରେ ସେନାର ୩ ହେଲିକାପ୍ଟର ନିୟୋଜିତ କରାଯାଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି।

 

Share