ଏପ୍ରିଲ ସୁଦ୍ଧା ୮୫ ଦୁର୍ଘଟଣାରେ ୩୪ ମୃତ

ଜଗତ୍‌ସିଂହପୁର ଅଫିସ, ୨୪।୫: ଚଳିତବର୍ଷ ଏପ୍ରିଲ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ମୋଟ ୮୫ଟି ଦୁର୍ଘଟଣା ଘଟିଛି। ଏଥିରେ ୩୪ଜଣଙ୍କ ଜୀବନ ଯାଇଛି। ମଦ୍ୟପାନ ଓ ସ୍ପିଡ୍‌ ଡ୍ରାଇଭିଂ ଯୋଗୁ ଏଭଳି ଘଟୁଛି। ଚଳିତ ଜାନୁୟାରୀରୁ ଏପ୍ରିଲ ମାସ ମଧ୍ୟରେ ପରିବହନ ବିଭାଗ ଓ ପୋଲିସ ଚଢ଼ାଉ କରି ୬୪୮ଜଣ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିଛି । ଜିଲାରେ ମୋଟ ୮୪୯୮ଟି ଦୁର୍ଘଟଣାଜନିତ ମାମଲା ଦ୍ୱାରା ୫୮,୫୨,୧୭୯ ଟଙ୍କା ଜରିମାନା ଆଦାୟ ହୋଇଛି। କେବଳ ଏତିକି ନୁହେଁ, ଜିଲାରେ ୨୧ଟି ବ୍ଲାକ୍‌ ସ୍ପଟ୍‌(ଦୁର୍ଘଟଣା ସ୍ଥଳ) ଚିହ୍ନଟ କରାଯାଇ ସେସବୁ ସ୍ଥାନରେ ଯେପରି ଦୁର୍ଘଟଣା ଏଡ଼ାଇ ଦିଆଯାଇପାରିବ ସେନେଇ ପଦକ୍ଷେପ ନିଆଯାଉଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲା ସଡ଼କ ସୁରକ୍ଷା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଭରଟେକିଂ ଓ ଟ୍ରାଫିକ ସମସ୍ୟା ଦୂର ପାଇଁ ବ୍ୟାପକ ଚଢ଼ାଉ ଜାରି ରହିଛି। ଓଭରଟେକିଂ କରୁଥିବା ୩୪୬ ଗାଡି ଅଟକାଯାଇ ଚାଳକଙ୍କଠାରୁ ୭,୩୮,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଜଗତ୍‌ସିଂହପୁର ସହର ଦେଇ ଯାଇଥିବା କେନାଲର ନିର୍ଦ୍ଦିଷ୍ଟ ସ୍ଥାନରେ ବକ୍ସ କଲଭର୍ଟ ହୋଇଛି। ଏହି କଲଭର୍ଟକୁ ଯିବା ପାଇଁ କରାଯାଇଥିବା ସ୍ଲୋପ୍‌ ରାସ୍ତା ମରାମତି ଦରକାର। ଏନେଇ ସର୍ବେକ୍ଷଣ ଚାଲିଥିବା ମହାନ୍ତି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲାପାଳ ପାରୁଲ ପଟୱାରି ପୌରୋହିତ୍ୟ କରି ରାଜ୍ୟ ରାଜପଥ-୧୨ର ବିଭିନ୍ନ ସ୍ଥାନରେ ଥିବା ବ୍ଲାକ୍‌ ସ୍ପଟ୍‌ ଅଞ୍ଚଳରେ ଲାଇଟ୍‌ ବ୍ୟବସ୍ଥା ସହ ଏହା ପାର୍ଶ୍ୱରେ ଥିବା ସ୍କୁଲ ଓ କଲେଜ ସାମ୍‌ନାରେ ଆପ୍ରୋଚ୍‌ ରୋଡ୍‌, ଚିହ୍ନ (ସାଇନେଜ୍‌), ଫୁଟ୍‌ପାଥ ଆଦି ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଭୁତମୁଣ୍ଡେଇ ଓ ପାରାଦୀପ ମଧ୍ୟରେ ଟ୍ରାଫିକ ଗହଳି ଲାଗି ରହୁଛି। ଏହି ସମସ୍ୟା ଦୂର ପାଇଁ ଭୁତମୁଣ୍ଡେଇ ନିକଟ ଭରତରଡ଼ିଆରେ ୩୦ ଏକର ପରିମିତି ଜମିରେ ଟ୍ରକ୍‌ ଟର୍ମିନାଲ ନିର୍ମାଣ ହେବ ବୋଲି ଜିଲାପାଳ କହିଥିଲେ। ଏହି ଅବସରରେ ବୁଲା ପ୍ରାଣୀଙ୍କ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ଏହି ପ୍ରାଣୀମାନେ ଯେପରି ରାସ୍ତାକୁ ନ ଆସନ୍ତି ସେଥିପ୍ରତି ଗୃହ ଓ ନଗର ଉନ୍ନୟନ ବିଭାଗ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ପାରାଦୀପ ପୌର ପରିଷଦ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି କୁହାଯାଇଥିଲା। ଦୁଘର୍ର୍ଟଣା ସ୍ଥାନରୁ ଆହତଙ୍କୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରି ଜୀବନ ବଞ୍ଚାଇଥିବା ପାକନପୁରର ପିଣ୍ଟୁ ସାମଲ ଓ ବଡ଼ଲହଙ୍ଗାର ସୁରେଶ ସ୍ବାଇଁଙ୍କୁ ଜିଲାପାଳ ଓ ଏସ୍‌ପି ରାହୁଲ ପି.ଆର୍‌ ବୈଠକରେ ସମ୍ବର୍ଦ୍ଧିତ କରିଥିଲେ। ଉଭୟଙ୍କୁ ମାନପତ୍ର ସହ ୨ ହଜାର ଟଙ୍କା ଲେଖାଏ ଦିଆଯାଇଥିଲା। ବୈଠକରେ ବ୍ରେଥ୍‌ ଆନାଲାଇଜର, ଇ-ଚାଲାଣ, ହମ୍ପ୍‌ସ ଅପସାରଣ, ବ୍ଲାକ୍‌ ସ୍ପଟ୍‌ର ପ୍ରତିକାର ଉପାୟ, ବେଆଇନ ଗାଡି ପାର୍କିଂ, ଟ୍ରକ୍‌ ଟର୍ମିନାଲ ନିର୍ମାଣ, ଗୁଡ ସାମାରିଟାନ୍‌ ପୁରସ୍କାର, ଡ୍ରାଇଭିଂ ଟ୍ରେନିଂ ଓ ରକ୍ଷକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଜିଲାରେ ଆଇଆର୍‌ଏଡି ଆପ୍ଲିକେଶନ୍‌ ଦ୍ୱାରା ପୋଲିସ, ହସ୍ପିଟାଲ ଓ ପରିବହନ ବିଭାଗରେ ସଡ଼କ ଦୁର୍ଘଟଣାର ତଥ୍ୟ ଏଣ୍ଟ୍ରି ସୁଚାରୁରୂପେ କରାଯାଉଥିବା କୁହାଯାଇଥିଲା। ପ୍ରାରମ୍ଭରେ ପୂର୍ବ ବୈଠକର ବିବରଣୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ପାରାଦୀପ ଅତିରିକ୍ତ ଏସ୍‌ପି ନିମାଇଁ ଚରଣ ସେଠୀ, ରୋଡ୍‌ସେଫ୍ଟି କମିଟି ସଦସ୍ୟ, ବସ୍‌ ଓ ଟ୍ରକ୍‌ ମାଲିକ ସଂଘ କର୍ମକର୍ତ୍ତା, ଟ୍ରାଫିକ ଇନ୍ସପେକ୍ଟର, ଏମ୍‌ଭିଆଇ ଓ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲା ସଡ଼କ ସୁରକ୍ଷା କମିଟି ସଦସ୍ୟଙ୍କ ସମ୍ମୁଖରେ ସମସ୍ତ ତଥ୍ୟକୁ ପାୱାରପଏଣ୍ଟ ମାଧ୍ୟମରେ ଡିଆରଏମ୍‌ ଦେବାଶିଷ ନାୟକ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୮ ଆମ୍ବୁଲାନ୍ସ ମହାସଙ୍ଘର ଚେତାବନୀ: ଦାବି ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ଅଲ୍‌ ଓଡ଼ିଶା ୧୦୮ କର୍ମଚାରୀ ମହାସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ ଏବଂ ସିଡିଏମ୍‌ଓଙ୍କୁ ଏକ ୧୧ ଦଫା...

ଚାଲାଣ ପାଇଁ ୧୨ ଶ୍ରମିକଙ୍କୁ ଲୁଚାଇ ରଖିଥିଲେ ଦଲାଲ: ମାଡ଼ିବସିଲା ପୋଲିସ

ଲାଠୋର,୨୮।୧୦(ଭୁବନେଶ୍ୱର ବାରିକ): ଲାଠୋର ପୋଲିସ ସୋମବାର ସନ୍ଧ୍ୟାରେ ଲାଠୋର ଗ୍ରାମର ଏକ ପରିତ୍ୟକ୍ତ ଘରୁ ୧୨ ଜଣ ଦାଦନ ଶ୍ରମିକ ଓ ଜଣେ ଶିଶୁଙ୍କୁ ଉଦ୍ଧାର...

ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଆଣିଲେ ସ୍ବେଚ୍ଛାଗ୍ରାହୀ

କୋକସରା,୨୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପାରିଶ୍ରମିକ ବୃଦ୍ଧି ଓ ଥଇଥାନ ନେଇ କଳାହାଣ୍ଡି ଜିଲା ସ୍ବେଚ୍ଛାଗ୍ରାହୀ ସଂଘ ପକ୍ଷରୁ ସଭାପତି ତେଜରାଜ ଦୁରିଆଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ...

୧୪ ବର୍ଷ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

ପ୍ରଣିତା ହେଲେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ

ହିଞ୍ଜିଳିକାଟୁ, ୨୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ପ୍ରବୋସନାରୀ ଆଇଏଏସ ପ୍ରଣିତା ଦାସ...

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

ଦୁର୍ନୀତିକୁ ଦିଆଯିବନି ପ୍ରଶୟ: ଅଙ୍ଗନାୱାଡି କର୍ମୀଙ୍କୁ ଶପଥ ପାଠ କରାଇଲେ ସିଡିପିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡିର ସମନ୍ବିତ ଶିଶୁ...

ରେଳ ମେଲ୍‌ସେବା ସ୍ଥାନାନ୍ତରଣକୁ ନେଇ ତେଜିଲା ବିରୋଧ

କେସିଙ୍ଗା,୨୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ସ୍ଥିତ ରେଳ ଡାକସେବା(ଆର୍‌ଏମ୍‌ଏସ୍‌) ସ୍ଥାନାନ୍ତରଣକୁ ବିରୋଧ କରି କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri