ବଦଳି କରିଦେବାକୁ କହି ଠକି ନେଲେ ୩୪ ଲକ୍ଷ ଟଙ୍କା

ପଦ୍ମପୁର,୨୩ା୬(ଡି.ଏନ୍‌.ଏ.): ବଦଳି କରି ଦେବାକୁ କହି ଦୁର୍ବୃତ୍ତ ଠକି ନେଇଛନ୍ତି ୩୪ ଲକ୍ଷ ଟଙ୍କା। ତେବେ ଅଭିଯୁକ୍ତଙ୍କ ଠାରୁ ଏକ କାର୍‌,୫ ଲକ୍ଷ ଟଙ୍କାର ସୁନାଗହଣା ଏବଂ ୪୦ ହଜାର ଟଙ୍କା ଜବତ ହୋଇଛି।

ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପୋଲିସ କୋରାପୁଟର ଜୟପୁର ଥାନା ଅଞ୍ଚଳର ସଂଗ୍ରାମ କେଶରୀ ବାରିକଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଥାନାରେ ଏ ନେଇ କେସ୍‌ ନଂ. ୧୧୦/୨୨ରେ ଏକ ମାମଲା ରୁଜୁ ହୋଇଛି।

Share