Categories: ଖେଳ

ମନୀଷା, ଜବାମଣି, ପ୍ୟାରୀ, ଜୁଲି ସାମିଲ

ନୂଆଦିଲ୍ଲୀ, ୨୫।୭: ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ପକ୍ଷରୁ ଏଏଫ୍‌ସି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ରାଉଣ୍ଡ-୨ ପାଇଁ ସୋମବାର ୩୪ ଜଣିଆ ଭାରତୀୟ ସିନିୟର ମହିଳା ଫୁଟବଲ ସମ୍ଭାବ୍ୟ ଦଳ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶାର ମନୀଷା ପାନ୍ନା, ଜବାମଣି ଟୁଡୁ, ପ୍ୟାରୀ ଖାଖା, ଜୁଲି କିଶାନ ପ୍ରମୁଖ ସ୍ଥାନ ପାଇଛନ୍ତି। ସମ୍ଭାବ୍ୟ ଭାରତୀୟ ଦଳର କ୍ୟାମ୍ପ ଚଳିତ ମାସ ୩୦ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। କ୍ୱାଲିଫାୟର୍ସ ପାଇଁ ଭାରତ ଗ୍ରୁପ୍‌ ‘ସି’ରେ ସ୍ଥାନ ପାଇଛି। ଅକ୍ଟୋବର ୨୬ରେ ଭାରତ ଏହାର ପ୍ରଥମ ମ୍ୟାଚ ଜାପାନ ସହିତ ଖେଳିବ। ଏହାପରେ ୨୯ରେ ଭିଏଟ୍‌ନାମ ଓ ନଭେମ୍ବର ୧ରେ ଉଜ୍‌ବେକିସ୍ତାନ ବିପକ୍ଷରେ ଖେଳିବ। ମ୍ୟାଚଗୁଡ଼ିକ ତାସକେଣ୍ଟର ଜେଏଆର ଷ୍ଟାଡିୟମ ଓ ବୁନ୍ୟୋଦକର ଷ୍ଟାଡିୟମରେ ଖେଳାଯିବ। ଚଳିତବର୍ଷ ପ୍ରାରମ୍ଭରେ ବ୍ଲୁ ଟାଇଗ୍ରେସେସ (ଭାରତୀୟ ମହିଳା ଦଳ) କିର୍ଗିଜ ରିପବ୍ଲିକ୍‌କୁ ୫-୦ ଓ ୪-୦ରେ ହରାଇ ଅଲିମ୍ପିକ କ୍ୱାଲିଫାୟର୍ସର ରାଉଣ୍ଡ-୨ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା।
ଭାରତୀୟ ସମ୍ଭାବ୍ୟ ଦଳ
ଗୋଲକିପର୍ସ: ସୌମ୍ୟା ନାରାୟଣସ୍ବାମୀ, ମାଇବାମ୍‌ ଲିନ୍‌ଥୋଇଙ୍ଗାମ୍ବି ଦେବୀ, ଶ୍ରେୟା ହୋଦା। ଡିଫେଣ୍ଡର୍ସ: ଲୋଇଟୋଙ୍ଗବାମ ଆଶାଲତା ଦେବୀ, ଏନ୍‌. ସ୍ବିଟି ଦେବୀ, ସଞ୍ଜୁ, ରିତୁ ରାଣୀ, ସୋରୋଖାଇବାମ ରଞ୍ଜନା ଚାନୁ, ମିଚେଲ ମାର୍ଗାରେଟ କାଷ୍ଟାନା, ଡାଲିମା ଚିବର, ମନୀଷା ପାନ୍ନା, ଅସ୍ତମ ଓରାଓଁ, ଜୁଲି କିଶାନ, ଶିଲ୍‌କି ଦେବୀ, ଜବାମଣୀ ଟୁଡୁ। ମିଡ୍‌ଫିଲ୍ଡର୍ସ: ପ୍ରିୟଙ୍କା ଦେବୀ, ଅଞ୍ଜୁ ତମାଙ୍ଗ, ଇନ୍ଦୁମତୀ କାଥିରେସାନ, ସଙ୍ଗିତା ବାସ୍‌ଫୋରେ, କାଜଲ ହୁବର୍ଟ ଡିସୁଜା, ଆସେମ ରୋଜା ଦେବୀ, କାର୍ଥିକା ଅଙ୍ଗମୁଥୁ। ଫରଓ୍ବାଡର୍‌ସ: ଡାଙ୍ଗମେଇ ଗ୍ରେସ୍‌, ସୌମ୍ୟା ଗୁଗୁଲୋଥ, ମନିଷା କଲ୍ୟାଣ, ଅପୂର୍ଣ୍ଣା ନାର୍ଜାରେ, ନେହା, ସୁମତି କୁମାରୀ, ରେନୁ, କରିସ୍ମା ପୁରୁଷୋତ୍ତମ ଶିର୍ଭୋଇକର, ସନ୍ଧ୍ୟା ରଙ୍ଗନାଥନ, ପ୍ୟାରୀ ଖାଖା, ଜ୍ୟୋତି, ନାଗାନଗୋମ୍‌ ବାଲା ଦେବୀ।

Share